ବାଙ୍କୀ ର ଦୁଇ ବିଜେଡି ନେତା ଦଳରୁ ନିଲମ୍ବିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେଡି ର ଦୁଇ ଛାମୁଆ ନେତା ଆଜି ଦଳରୁ ନିଲମ୍ବିତ ହୋଇଛନ୍ତି ! ପୂର୍ବ ବାଙ୍କୀ ର 38 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଆଶିଷ ସାହୁ ଏବଂ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଙ୍କୁ ଦଳ ବିରୋଧୀ କାମ ପାଇଁ ନିଲମ୍ବନ କରାଗଲା ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ! ତେବେ ରାଜ୍ୟସଭା ନିର୍ବାଚନ ପରଠାରୁ ବିରୋଧୀ ଦଳ ବିଜେଡି ଆଉ କିଛି କରୁ କି ନକରୁ , ଲଗାତାର ଭାବରେ ଦଳରୁ ନିଲମ୍ବନ କାମ ଜାରି ରଖିଛି ! ଯେପରି ଭାବରେ ଦଳ ନିଲମ୍ବନ କାମ ଯୋଉ ସ୍ପିଡ଼ ରେ କରୁଛି ଆଗାମୀ ପଂଚାୟତ ନିର୍ବାଚନ ବେଳକୁ ଦଳରେ ଖାଲି ଛାମୁ ଆଉ ତାଙ୍କ ମନ୍ତ୍ରୀ ଥିବେ ବୋଲି ଲୋକେ କଟାକ୍ଷ କଲେଣି ! ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କ୍ରସ ଭୋଟିଂ ଯୋଗୁଁ ଦଳରୁ ବିଦା ହେବା ପରେ ବାଙ୍କୀ ରେ ସଂଗଠନ ହୋଇଯାଇଛି ଦୁଇ ଫାଳ ! ଅସଲ ବିଜେଡି ଏବଂ ବିଜୁ ଲିଗାସୀ ନାମରେ ଚାଲିଛି ସମାନ୍ତରାଳ ସଂଗଠନ , ଏକତ୍ରୀକରଣ ଏବଂ କାର୍ଯ୍ୟକ୍ରମ ! ପଡୋଶୀ ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ ଙ୍କୁ ବାଙ୍କୀ ରେ ସଂଗଠନ ଦାୟିତ୍ୱ କୁଆଡେ ମିଳିଛି ! ଗତକାଲି ନୂଆପାଟଣା ଗସ୍ତ ସମୟରେ ଯାତମୁଣ୍ଡିଆ ସେତୁ ପାଖରେ ଅଟକି କିଛି କର୍ମୀଙ୍କ ସହ ଆଲୋଚନା କରିଥିଲେ ଅରୁଣ ସାହୁ ! ଆଉ ଆଜି ଦଳର ଏପ୍ରକାର ନିଷ୍ପତି , ତେବେ ମାହାଙ୍ଗା ବିଜେଡି ନେତା ପ୍ରତାପ ଜେନା ଙ୍କ ଚୁଗୁଲୀ ର ପ୍ରଭାବରେ ଏହି ନିଲମ୍ବନ ଆଦେଶ ଆସିଥିବା ମଧ୍ୟ ରାଜଧାନୀରେ ଚର୍ଚ୍ଚା ହେଉଛି ! ଆଗକୁ ପଂଚାୟତ ନିର୍ବାଚନ ଥିବା ସମୟରେ ବିଜେଡି ର ଏପ୍ରକାର ନିଷ୍ପତ୍ତି ସଂଗଠନ ହିତରେ ନୂହେଁ ବରଂ ଦଳକୁ ବ୍ୟାଙ୍କ ଫୁଟ କୁ ନେଉଛି ବୋଲି ରାଜନୀତି ସମୀକ୍ଷକ ମତ ଦେଉଛନ୍ତି !

Leave a Reply

Your email address will not be published. Required fields are marked *