ଦ୍ୱିତୀୟ ବାର୍ଷିକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ସେବା ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଆଧ୍ୟାତ୍ମିକ ସମାବେଶ ଆଜି ମହା ସମୋରୋହରେ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଥାନା ଅଧିକାରୀ ରୀନା ରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବେଶକୁ ଉଦଘାଟନ କରି କହିଥିଲେ ଅଭିଭାବକ ମାନେ ବିଦ୍ୟାଳୟ ଓ ଆବାସିକ ହଷ୍ଟେଲ ଉପରେ ପିଲାର ଭବିଷ୍ୟତ ଦାୟିତ୍ୱ ଛାଡିଦେଇ ନିରାଡ଼ମ୍ବରେ ରହିଯିବା ଉଚ୍ଚିତ ନୁହେଁ, ବରଂ ସମୟ ଦେଇ ପରିବାର ଭିତରେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଦିଅନ୍ତୁ ଯାହାଦ୍ଵାରା ପିଲାମାନଙ୍କ ଭିତରେ କୁସ୍ଚିତ ବିକାରଗ୍ରସ୍ତ ମାନସିକତା ରୋଗ ସହିତ କୁସଙ୍ଗଦୋଷ ହଟିବ | ଅନ୍ୟତମ ଅତିଥି ଭାବେ ଶ୍ରୀରାମ କମିଟିର ସଭାପତି ତଥା ଯୁବ ସଂଗଠକ ବିଶ୍ୱ ରଂଜନ ସ୍ବାଇଁ, ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଜୟାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ | ସାମାଜିକ କର୍ମି ସୁବ୍ରତ କୁମାର ନାୟକ ସଭା ପରିଚାଳନା କରିଥିଲେ | ଯୁବ କଳାକାର ମାନସ ମଲ୍ଲିକଙ୍କ ସଂଯୋଜନାରେ ସ୍ଥାନୀୟ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କୀୟ ନୃତ୍ୟ ଓ ସଂଗୀତ ପରିବେଶଣ କରାଯାଇଥିଲା | ବୟୋଜଷ୍ଠ ନାଗରିକ ସୁଦାମ ଚରଣ ନାୟକ, ଭାରତ ଲେଙ୍କା, ରାମନାଟ୍ୟ ସୀତା ଅଭିନୟର ନାୟିକା ପ୍ରିୟଙ୍କା ମଲ୍ଲିକ (ନୟାଗଡ ), ଯୁବ ଗୀତିକାର ମନୋରଞ୍ଜନ ନାୟକ, ଦଶମ ପରୀକ୍ଷା ଟପ୍ପର ସୋମ୍ୟରଞ୍ଜନ ସାହୁଙ୍କୁ ଶ୍ରୀରାମ ସେବା ସମ୍ମାନରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ରାମଚଣ୍ଡୀ ନାଟ୍ୟ ସଂସଦ, ଇଟାମାଟିର କଳାକାରଙ୍କ ଦ୍ଵାରା ସୀତା ଚୋରୀ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା | ସ୍ଥାନୀୟ ଦୁଲଣାପୁର ଏବଂ ତାଳବସ୍ତ ପଂଚାୟତର ହଜାର ହଜାର ଶ୍ରଦ୍ଧାଳୁ ରାମଭକ୍ତ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରିଥିଲେ | ଟ୍ରଷ୍ଟି ବିଚିତ୍ରା ବେଉରା, ପୀତବାସ ସାହୁ, ବାବୁଲି ନାୟକ, ସନ୍ଦୀପ କୁମାର ନାୟକ ପ୍ରମୁଖଙ୍କ ସହଯୋଗ ଏବଂ ତାଳବସ୍ତ ଫାଣ୍ଡି କର୍ମଚାରୀଙ୍କ ଉପସ୍ଥିତିରେ ଆଧ୍ୟାତ୍ମିକ ସମାବେଶ ଶାନ୍ତି ଶୃଙ୍ଖଳାରେ ସମାପ୍ତି ହୋଇଥିଲା |

Leave a Reply

Your email address will not be published. Required fields are marked *