ବିଶ୍ଵ ମାତୃ ଦିବସ ଅବସରରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବିଶ୍ଵ ମାତୃ ଦିବସ ଏବଂ ବିଶିଷ୍ଟ ସମାଜସେବୀ ତଥା ମା ସନ୍ତୋଷି ନିର୍ମାଣ ସଂସ୍ଥା ର ମୁଖ୍ୟ ସନ୍ତୋଷ କୁମାର ବେହେରା ଏବଂ ସରସ୍ୱତୀ ବେହେରାଙ୍କ ବିବାହ ବାର୍ଷିକୀ ଅବସରରେ ଓ ଜାତୀୟ ଯୁବ ପ୍ରକଳ୍ପ ର ସ୍ବେଚ୍ଛାସେବୀ ମାନସ୍ତ୍ରୁପ୍ତି ମହାପାତ୍ର ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୁଦନ ଦାସ ଉଦ୍ଘାଟନ କରିଥିଲେ। ମିଶନ ରକ୍ତଦାନ ସଂଯୋଜକ ବିଭୂତି ଭୂଷଣ ସାହୁ ରକ୍ତଦାନ ର ଆବଶ୍ୟକତା ସମ୍ପର୍କରେ ସଚେତନତା କରିଥିଲେ। ସମାଜସେବୀ ମାନି ପଣ୍ଡା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ହର ପ୍ରସାଦ ମହାପାତ୍ର, ଚନ୍ଦ୍ରକାନ୍ତ ଭୋଇ, ମାନସୀ ସରକାର, ବିଭୂତି ଭୂଷଣ ସାହୁ ଏବଂ ଜୟଦେବ କଲେଜ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *