ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରାଖେମୁଣ୍ଡି ସହର ଶିଙ୍ଘ କାମ ପାଇଁ ବେଶ ପ୍ରସିଦ୍ଧ, କିନ୍ତୁ ଶିଙ୍ଘ ମିଳୁ ନଥିବାରୁ ହାତ ବାନ୍ଧି ବସି ରହିଛନ୍ତି ଶିଙ୍ଘ କାରିଗର ! ଶିଙ୍ଘ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରି ସୁଦ୍ଧା ବହୁ କଷ୍ଟରେ ନିଜର କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି । ହାଇଦ୍ରାବାଦ ରୁ ଶିଙ୍ଘ ଆଣିବାକୁ ପଡୁଛି , ଦାମ ମଧ୍ୟ ବହୁ ଅଧିକ ରହୁଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନି , ତଥାପି ଶିଙ୍ଘ କାମ ଚଲିଛି ବୋଲି ପ୍ରକାଶ କରିଛନ୍ତି । ଶିଙ୍ଘ ତିଆରି ସାମଗ୍ରୀ ର କାରୁକାର୍ଯ୍ୟ ଦେଖିବା ସକାଶେ ବହୁ ପର୍ଯ୍ୟଟକ ଆସିଥାନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ଏବଂ ମେଳା ରେ ଅତିଥି ମାନଙ୍କୁ ଏହି ସାମଗ୍ରୀ ଉପହାର ସଦୃଶ ପ୍ରଦାନ କରାଯାଉଛି ! ରାଜ୍ୟର ବିଭିନ୍ନ ଉତ୍ସବ ମେଳାରେ ଏହା ବିକ୍ରି ମଧ୍ୟ ହୋଇଥାଏ । ସରକାର ଏମାନଙ୍କୁ ସହଯୋଗ କରିଥିଲେ , ସେମାନଙ୍କର ସାମାଜିକ , ଅର୍ଥନୈତିକ ଅବସ୍ଥା ସ୍ୱଚ୍ଛଳ ହେବା ସହିତ କୌଳିକ ବୃତ୍ତି ବଞ୍ଚି ରହିପାରନ୍ତା ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି !
ହାତ ବାନ୍ଧି ବସିଛନ୍ତି ଶିଙ୍ଘ କାରିଗର !!!

