ବାଣପୁର – ବାଲୁଗାଁ ଅଞ୍ଚଳରେ ତିନୋଟି ଜାଗାରେ ଅବକାରୀ ବିଭାଗର ଚଢ଼ାଉ : ୨ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ଧରପଗଡ ଚାଲିଥିଲେ ମଧ୍ୟ  ବାଲୁଗାଁ ବାଣପୁର ଅଞ୍ଚଳରେ ବେଆଇନ ମଦ କାରବାର ଥମିବାର ନା ଧରୁ ନାହିଁ। ଏପରିସ୍ଥଳେ ରବିବାର ଦିନ ବେଆଇନ ଭାବେ ଜିଞ୍ଜର ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ଅଧିକାରୀ ସୈାମ୍ୟ ରଂଜନ ବେହେରାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ରୋଡ଼ ରେ ଏକ ଅଟୋ ରେ ଜିଞ୍ଜର ଚାଲାଣ ହେଉଥିବା ବେଳେ ଉକ୍ତ ଅଟୋ କୁ ଜବତ କରି ୫୪ ଲିଟର ଜିଞ୍ଜର  ଓ ଦୁଇଟି ମୋବାଇଲ ଫୋନ ଜବତ କରିଛନ୍ତି କିନ୍ତୁ  ଅଭିଯୁକ୍ତ ହରଷ ସାହୁ ଫେରାର ହୋଇଯାଇଛି । ସେହିପରି ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ରୁ ଏକ ଭିଟାରା କାର ଯୋଗେ ଚାଲାଣ ହେଉଥିବା ୬୭.୫ ଲିଟର ଜିଞ୍ଜର ଓ ଏକ ମୋବାଇଲ ଜବତ କରିବା ସହିତ ଅଭିଯୁକ୍ତ ସନ୍ତୋଷ ସାହୁକୁ ଗିରଫ କରିଛନ୍ତି । ଓ ବାଲୁଗାଁ ଉମାମହେଶ୍ୱର ମନ୍ଦିର ରୋଡ଼ ରେ ବାଲୁଗାଁ ଆର ପି ଏଫ ଏବଂ ରେଳବାଇ କର୍ମଚାରୀ ଙ୍କ ମିଳିତ ଚଢ଼ାଉ କାରାଯାଇ ପଶ୍ଚିମ ବଙ୍ଗ ର ଜାହିରୁଲ ଇସଲାମ କୁ ଗିରଫ କାରାଯାଇ ତା ନିକଟରୁ ୨୦.୫ କେଜି ଗଞ୍ଜେଇ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି ।।

Leave a Reply

Your email address will not be published. Required fields are marked *