ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରୀ ଗଣେଶ ପୂଜାର ମାହୋଲ ରେ ଚମକୁଛି ଏକାମ୍ର କ୍ଷେତ୍ର ! କେଉଁଠି ଗଜାନନ ଙ୍କ ର ସୁଉଚ୍ଚ ମୂର୍ତ୍ତି , ତ ଆଉ କେଉଁଠି ସୁନ୍ଦର ଆକର୍ଷଣୀୟ ତୋରଣ ! ରାସ୍ତା ପାର୍ଶ୍ୱ ଏବଂ ରାସ୍ତା ଉପରେ ଝଲସୁଛି ରଙ୍ଗୀନ ଆଲୋକମାଳା ! ହେଲେ ଗୌରୀନଗର ରେ ସାମନାକୁ ଆସିଛି ନିଆରା ପୂଜାର ପରିବେଶ , ବାନର ସେନା ସଦୃଶ କୁନି କୁନି ପିଲା ଆୟୋଜନ କରିଛନ୍ତି ଆକର୍ଷଣୀୟ ପୂଜା ମଣ୍ଡପ ! ଚଳିତ ବର୍ଷ ଚତୁର୍ଥ ଗଣେଶ ମେଢ଼ ହୋଇଥିବା ବେଳେ ଆଗକୁ ପୂଜାକୁ ଅଧିକ ସୁନ୍ଦର କରିବା ପାଇଁ ରହିଛି ଇଛା ! ପୂଜା ମଣ୍ଡପ ପାଖରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ହୋଇଛି ! ଅଣ୍ଡର ନାଇନଟିନ ଟିମ ପରି ପାଖାପାଖି ପଚାଶ ସଦସ୍ୟ ସୁନ୍ଦର ଭାବରେ ପୂଜା ଆୟୋଜନ କରିଥିବା ସମୟରେ ସାହିର କିଛି ଉଦ୍ୟମୀ ସଂଗଠକ ବଢ଼ାଇଛନ୍ତି ସହଯୋଗର ହାତ ! ଆସନ୍ତା ବର୍ଷ କୁ ସଭ୍ୟ ସଂଖ୍ୟା ଶହେ ରେ ପହଞ୍ଚି ଆହୁରି ସୁନ୍ଦର ଭାବରେ ପୂଜା ଆୟୋଜନ ପାଇଁ ଲକ୍ଷ୍ୟ ରହିଥିବାର ପ୍ରକାଶ କରିଛନ୍ତି ଆୟୋଜକ !
ଗୌରୀନଗର ରେ ସାମନାକୁ ଆସିଛି ନିଆରା ପୂଜାର ପରିବେଶ !!!

