ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଓଏସଆରଟିସି କର୍ତ୍ତୃପକ୍ଷ ଙ୍କ ଚରମ ଅବହେଳା , ବକେୟା ଦରମା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ଲୋୟର ପିଏମଜି ରେ ଧାରଣା ! ଅବସର ପରେବି ବକେୟା ଦରମା ପାଇଁ କରିବାକୁ ପଡୁଛି ଆନ୍ଦୋଳନ , ସରକାର ଙ୍କ ବିକାଶ ସ୍ଲୋଗାନ ଉପରେ ଏହା ଉଠାଉଛି ପ୍ରଶ୍ନ ! ଭାଷଣରେ – ଲୋକଙ୍କ ସରକାର , ହେଲେ ଲୋକ ନାଯ୍ୟ ଦାବୀ ପାଇଁ ଲୋକେ ବର୍ଷାରେ ଆସି ରାଜରାସ୍ତାରେ ବସୁଛନ୍ତି ! 5ମ , 6ଷ୍ଠ ଏବଂ 7ମ କମିଶନ ର ବକେୟା ଦରମା ଆଜି ଯାଏଁ ପାଇନାହାନ୍ତି ଅବସର ନେଇଥିବା କର୍ମଚାରୀ ! ଦୀର୍ଘ ଦୁଇ ବର୍ଷ ଧରି ଆନ୍ଦୋଳନ ଧାରଣା ଧର୍ମଘଟ କରୁଥିଲେବି ସେମାନଙ୍କର କୌଣସି କଥା ସରକାର ଶୁଣୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ !
ବକେୟା ଦରମା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ଲୋୟର ପିଏମଜି ରେ ଧାରଣା !!!

