ପାରଳାଖେମୁଣ୍ଡି ବଡ ରାଧାକାନ୍ତ ମଠରେ ସପ୍ତାହ ବ୍ୟାପି ଆୟୋଜିତ ଭାଗବତ ପାରାୟଣ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବଡ ରାଧାକାନ୍ତ ମଠରେ ସପ୍ତାହ ବ୍ୟାପି ଆୟୋଜିତ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଗତ ଅକ୍ଟୋବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପାରାୟଣ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁଥିଲା ।ଏଥିରେ ବାଗ୍ମୀ ପ୍ରବଚକ ବଲାଂଗିରର ଇପ୍ସିତ ମିଶ୍ରଙ୍କୁ ବାଦ୍ୟଯନ୍ତ୍ରରେ ସୁବନ୍ତ କୁମାର ସାହୁ ଏବଂ ହାରମୋନିୟମରେ ହାଣ୍ଡିବନ୍ଧୁ ମାନିୟର ଏହି ପାରାୟଣରେ ସହଯୋଗ କରିଥିଲେ।ଏହି ପ୍ରସିଦ୍ଧ ପୁରାଣରେ ଲିଖିତ ଭକ୍ତି, ଜ୍ଞାନ ଓ କର୍ମର ସାରଣୀକୁ ଗୀତ ମାଧ୍ୟମରେ ଉପସ୍ଥାପନା କରି ତାର ଭାବାର୍ଥକୁ ସରଳ ଭାବେ ବୁଝାଇଥିଲେ।ସମାଜର ମୁଖ୍ଯସ୍ରୋତରେ ନିଜର ଭକ୍ତି ଓ ବଳିଷ୍ଠ କର୍ମ ଓ ସେବା ଦ୍ୱାରା ମନୁଷ୍ଯ ପ୍ରଶଂସିତ ହୋଇଥାଏ। ତାହାହିଁ ସେହି ମନୁଷ୍ଯକୁ ଦେବତ୍ୱ ସ୍ୱୀକୃତି ଦେଇଥାଏ।ପର ଆପଣାର ସନ୍ଦିଚ୍ଛା ଏକ ନିର୍ମଳ ମସ୍ତିଷ୍କରେ ପ୍ରକଟ ହୋଇ ସ୍ୱଚ୍ଛତାର ଭାବବିନିମୟ ପରିପ୍ରକାଶ କରିଥାଏ।ମନକୁ ସର୍ବଦା ସନ୍ତୁଳିତ ଓ ସଂଯମତା ରଖିବା ଶକ୍ତି ତାକୁ ଶ୍ରେଷ୍ଠତ୍ୱ ପରିଚୟ ଦେଇଥାଏ।ଗୀତର ଭାବାର୍ଥ ଭକ୍ତମାନଂକୁ ଆଧ୍ଯାତ୍ମିକ ଧ୍ୱନିରେ ବାନ୍ଧିରଖିଥିଲା।ଏହି ଦୀର୍ଘ ୭ ଦିନବ୍ୟାପୀ କାର୍ଯ୍ୟକ୍ରମରେ ସମସ୍ତ ଭାଗବତ ପ୍ରେମୀ ଉପସ୍ଥିତ ରହି ଶାନ୍ତ ଓ କମନୀୟ ବାତାବରଣ ଭିତରେ ନିଜକୁ ଉନ୍ମୁକ୍ତ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ରାମାନନ୍ଦ ରାମାନନ୍ଦଦାସ ମହାରାଜ,ଶ୍ରୀକୃଷ୍ଣ ଗୋପାଳ ଦାସ ଗୋସ୍ୱାମୀ ମହାରାଜ ଏବଂ ବିଭିନ୍ନ ମଠର ମହନ୍ତ ମାନେ ଉପସ୍ଥିତ ଥିଲେ।ଏହାକୁ ବାବା ପ୍ରାଣ ଗୌରାଙ୍ଗ ଦାସ ପରିଚାଳନା କରିଥିଲେ। ସର୍ବୋପରି ନିର୍ମଳ କୁମାର ପାଢୀ, ଗୋପାଳକୃଷ୍ଣ ପଟ୍ଟନାୟକ,ରବି ପାଣିଗ୍ରାହୀ,ଦୂର୍ଗାମାଧବ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଭକ୍ତ ବୃନ୍ଦ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *