ଚର୍ଚ୍ଚାରେ ବାଙ୍କୀର ଯୁବ ଅଧ୍ୟାପକ ନିରଞ୍ଜନ ସାର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସାମାଜିକ ଚଳଣିରେ ଦୈନନ୍ଦିନ କିଛିନା କିଛି ପାଳନୀୟ ଦିବସ ରହିଛି | ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ଏହି ଦିବସ ମାନଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି | ସେଥିମଧ୍ୟରୁ ବହୁ ଜନ କଲ୍ୟାଣ ମୂଳକ ଦିବସ ଗୁଡିକୁ ସମୟ ବାହାର କରି ଓଡ଼ିଆ ବିଭାଗରେ ଅଧ୍ୟାପକ ଥିବା ନିରଞ୍ଜନ ସାର ବାହାର ଲୋକଙ୍କ ସମାଲୋଚନାକୁ ଖାତିର ନ କରି ନିଜସ୍ୱ ଢଙ୍ଗରେ ପାଳନ କରିଥାନ୍ତି ଏବଂ ସେଗୁଡିକୁ ନିଜ ମୂଖ ପୁସ୍ତିକା ଆଇ ଡି ରେ ପୋଷ୍ଟ କରିଥାନ୍ତି | ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟଙ୍କ କହିବାନୁସାରେ ବର୍ତ୍ତମାନ ଗୋଟେ ଟ୍ରେଣ୍ଡ ଚାଲିଛି ସୋସିଆଲ ମିଡିଆରେ | ବହି, ଟିଭି, ରେଡ଼ିଓ ଠାରୁ ଆମ୍ବେ ସବୁ ଆସ୍ତେ ଆସ୍ତେ ଦୁରେଇ ଯାଉଛୁ କିନ୍ତୁ ଆମ ଭିତରେ ସେହି ସଚେତନ ରହିବା ଦରକାର |ତେଣୁ ଦୂରତ୍ୱକୁ ନିକଟତର କରିବାର ମାଧମ ଏହି ସାମାଜିକ ଗଣ ମାଧମରେ ମୁଁ ସାମାଜିକ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରିଥାଏ | କଲେଜରେ ପଢ଼ା ସରିଗଲେ ମୁଁ ଅନ୍ୟ ନକାରାତ୍ମକ ଗୁଲିଖଟିରେ ସମୟ ନ ଦେଇ, ନିଜସ୍ୱ ପକେଟ ସଂଚିତ ଖର୍ଚ୍ଚରେ ଗାଁ କୁ ଗାଁ ଯାଇ ସାମାଜିକ କାର୍ଯ୍ୟକ୍ରମ କରିଥାଏ | ଲୋକଙ୍କ ପ୍ରଶଂସା ମୋତେ ଆହୁରି ଆଗକୁ ଯିବାକୁ ପଥ ଦେଖାଏ | ଆଗକୁ ରହିଛି ସାଧାରଣ ତ୍ରୀ ସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ | କେହି କେହି ତାଂକୁ ବିଧାୟକ ହେବା ପ୍ରସଙ୍ଗ ଯୋଡି ସମାଲୋଚନା କରିଥାନ୍ତି କିନ୍ତୁ ସେହି ପଦବୀ ଉପରେ ଲୋଭ ନାହିଁ ବୋଲି କୁହନ୍ତି | ବାଙ୍କୀର ବଡ଼ ଗ୍ରାମ ପଂଚାୟତ ତାଳବସ୍ତର ବିଭିନ୍ନ କାର୍ଯ୍ୟକ୍ରମ, ଚାହା ଖଟିରେ ପ୍ରାୟ ବହୁ ସମୟ ନିରଞ୍ଜନ ସାରଙ୍କୁ ଦେଖିବାକୁ ମିଳୁଅଛି | ତାଙ୍କର ବଡ଼ ଶୁଭେଛୁ ପ୍ରକୃତି ବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ କୁହନ୍ତି ଯେ, ସାରଙ୍କ ଅଭିନଵ ନିଆରା ସମାଜସେବା ବୃକ୍ଷରୋପଣ, ରକ୍ତଦାନ, ବରିଷ୍ଟଙ୍କୁ ସମ୍ମାନ, ଶିଶୁଙ୍କ ପ୍ରତିଭା ଲୋକ ଲୋଚନ ଆଣିବାରେ କି ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଆମ୍ବ ମାନଙ୍କ ପରି ଯୁବ ସ୍ବେଛାସେବୀଙ୍କୁ ଆଗ୍ରହ ଦେଇଛି |

Leave a Reply

Your email address will not be published. Required fields are marked *