ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ପାଇକମାଳ ରେ ଆଜି ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ ପାଳକୁ ସମର୍ଥନ ଜଣାଇ ଜନସାଧାରଣ ସମର୍ଥନ କରିବାରୁ ପାଇକମାଳ ଠପ୍ ହୋଇପଡ଼ିଛି । ତେବେ ଏହାର ପ୍ରଭାବ ସାଧାରଣ ଜୀବନ ଯାତ୍ରା ଉପରେ ପଡିଛି । ଟ୍ରକ୍, ବସ୍, ଅଟୋ ଚଳାଚଳ ବନ୍ଦ ଅଖଚକ ବନ୍ଦ ହୋଇଥିବା ବେଳେ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ବ୍ୟାଙ୍କ ବନ୍ଦଗୁଡିକୁ କଂଗ୍ରେସ କର୍ମୀ ମାନେ ପିକେଟିଙ୍ଗ କରି ବନ୍ଦ କରିଥିଲେ । କିନ୍ତୁ ଜରୁରୀକାଳିନ ସେବା ଜାରି ରହିଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ ଦୋକାନ ଖୋଲା ରହିଥିଲା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବନ୍ଦ ପାଳନ ଯୋଗୁ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ସାଙ୍ଗକୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ପରିବହନ ପ୍ରଭାବିତ ହୋଇଛି। ପାଇକମାଳ ମୁଖ୍ୟ ଛକ ଠାରେ ପାଇକମାଳ ବ୍ଲକ କଂଗ୍ରେସ ସଭାପତି ମହେନ୍ଦ୍ର ଖୁଣ୍ଟିଆ ଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ରାଜ୍ୟ ସାଧାରଣ ସମ୍ପାଦକ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷିକ ବୀରେନ୍ଦ୍ର ନାଥ ପଟ୍ଟନାୟକ, ଯୋଗ ଦେଇ କଂଗ୍ରେସ କର୍ମୀମାନ ଙ୍କୁ ଉତ୍ସଚାହିତ କରିଥିଲେ । ବନ୍ଦ ପଦ୍ମପୁର କଂଗ୍ରେସ ବିଧାୟକ ପ୍ରାଥୀ ଟଙ୍କଧର ସାହୁ, ବିନୋଦ କାଳିଆ, ଗଜରଜ ସିଂ ପୁଟା, ପ୍ରଣବନ୍ଧୁ ଦାସ, ମନୋଜ ତ୍ରିବାଦୀ, ବିଜୟା ନନ୍ଦ ପଟ୍ଟନାୟକ, ମୁଜାଫର ହୁସେନ, ଆକାଶ ପାଣିଗ୍ରାହୀ, ବିକାଶ ବହିଦାର, ସନ୍ତୋଷ ପାଣିଗ୍ରାହୀ, ଆଦିତ୍ୟ ପଣ୍ଡା, ଉମାକାନ୍ତ ବାଗ, ପଙ୍କଜ ବାଗ, ଦୟାନନ୍ଦ ଦୀପ, ପ୍ରମୁଖ ନେତୃତୁ ନେଇ ବନ୍ଦ ପାଳନ କରିଥିବା ବେଳେ ମନରମା ଦାସ ଙ୍କ ନେତୃତ୍ୱରେ ପାଇକମାଳ ଅଞ୍ଚଳ ୫୦ ଜଣ ଯୁବକ ଦଳରେ ସାମିଲ ହୋଇଥିଲା।
କଂଗ୍ରେସ ବନ୍ଦ ଡାକରାରେ ପାଇକମାଳ ସମ୍ପୂର୍ଣ ବନ୍ଦ !!!

