ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ! କାର୍ଯ୍ୟକ୍ରମ ଅବସରରେ 720 ବିଦ୍ୟାର୍ଥୀ ଙ୍କୁ ଉପାଧି ପ୍ରଦାନ ! ନରାଜ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀ ! ମୁଖ୍ୟ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ସମ୍ମାନୀତ ଅତିଥି ରୂପେ ଶ୍ରୀମତୀ ଚନ୍ଦ୍ରିକା କ୍ରିଷ୍ଣାମୂର୍ତ୍ତୀ ଟଣ୍ଡନ ଉପସ୍ଥିତ ରହିଥିଲେ ! କାର୍ଯ୍ୟକ୍ରମ ଅବସରରେ 450 ଜଣଙ୍କୁ ସ୍ନାତକ , 216 ଜଣଙ୍କୁ ସ୍ନାତକୋତ୍ତର , 54 ଜଣଙ୍କୁ ଡକ୍ଟରେଟ , 29 ଜଣଙ୍କୁ ସ୍ବର୍ଣ୍ଣ , 24 ଜଣଙ୍କୁ ରୌପ୍ୟ ଏବଂ 17 ଜଣଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଇଛି ! ସମାବର୍ତ୍ତନ ଉତ୍ସବରେ କୁଳସଚିବ ଶୁଭଜ୍ୟୋତି ଘୋଷ ସ୍ୱାଗତ ଅଭିଭାଷଣ ଦେଇଥିବା ସମୟରେ କୁଳପତି ପ୍ରଫେସର ଡକ୍ଟର ତେଜ ପ୍ରତାପ ବାର୍ଷିକ ବିବରଣୀ ପାଠ କରିଥିଲେ ! ବିଶ୍ବ ବିଦ୍ୟାଳୟ କୁଳାଧ୍ୟକ୍ଷ ଆଦେଶ ଗୋୟଲ ତାଙ୍କ ଅଭିଭାଷଣ ରଖିବା ସହ ସାମୁହିକ ଶପଥ ପାଠ କରାଯାଇଥିଲା ! ଶେଷରେ ବନ୍ଦେ ମାତରଂ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା !

Leave a Reply

Your email address will not be published. Required fields are marked *