ମା ଚର୍ଚ୍ଚିକା ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର କାର୍ତ୍ତିକ ମାସରେ ଚଳଚଞ୍ଚଳ ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଦେବାଳୟ ଏହି ମାସରେ କାର୍ତ୍ତିକ ହବିସ୍ୟାଳିଙ୍କ ଠାରୁ ସମସ୍ତ ଶ୍ରଦ୍ଧାଳୁ ମାନସିକ କରି ବ୍ରତ ରଖି ଥାଆନ୍ତି ନିଜ ପରିବାର ତଥା ସମାଜର ମଙ୍ଗଳ କାମନାକରି ସେହି ପରି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକା ଙ୍କ ପୀଠରେ ଆୟୋଜିତ ହୁଏ ଅଁଳା ନବମୀ ଠାରୁ ଭାଗବତ ନାମ ସଙ୍କିତନ,ଅଷ୍ଟ ପ୍ରହରୀ ଓ ବିଶ୍ୱଶାନ୍ତି ମହାଯଜ୍ଞ।ସେବାୟତ ମାନଙ୍କ ଦ୍ୱାରା ମହାନଦୀ ରୁ କଳସଯାତ୍ରା କରି ଯଜ୍ଞ ମଣ୍ଡପ କୁ ଅଣାଯାଇଥିଲା ପରେ ରାଜଗୁରୁ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦମନ୍ତ୍ର ପାଠ କରାଯାଇ ହୋମ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ମହାଯଜ୍ଞ ତିନି ଦିନ ଧରି ହେବା ସହିତ କାର୍ତ୍ତିକ ପୂଣ୍ଣମୀ ଦିନ ପୂଣ୍ଣାହୁତି କରାଯିବ ଏବଂ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି।

 

Leave a Reply

Your email address will not be published. Required fields are marked *