ବାଙ୍କୀ ପ୍ରେସ କ୍ଲବରେ ରକ୍ତଦାନ ଶିବିର

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ପ୍ରେସକ୍ଲବ୍ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି . ଏହି ଶିବିରକୁ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଏବଂ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରେସକ୍ଲବ୍ ସଭାପତି ବଳଭଦ୍ର ପଣ୍ଡା , ଉପସଭାପତି ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ, ସ୍ବେଛାକୃତ ରକ୍ତଦାନ ଶିବିରରେ ମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆଜକୁ ପ୍ରାୟ ଏଗାର ବର୍ଷ ଧରି ରକ୍ତଦାନ ଶିବିର ଆୟୋଜନ କରାଯାଉଅଛି ଏହା ସ୍ୱାୟତ ଶାସନ ଦିବସ ଅବସରରେ ପାଳିତ ହୋଇଆସୁଛି ଏହି କାର୍ଯ୍ୟକ୍ରମରେ ବହୁ ଯୁବକ ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ। ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମ ସମାପନ କରାଯାଇଛି । ଅନ୍ୟାନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ଗୈରାଙ୍ଗ ବେହେରା, ଅନନ୍ତ ରଣା, ଅଶୋକ ରଣା, ଗୌତମ ମିଶ୍ର,ଅଜୟ ପଣ୍ଡା, ମନୋରଞ୍ଜନ ପଣ୍ଡା, ଅରବିନ୍ଦ ହରିଚନ୍ଦନ, ଶୁଭେନ୍ଦୁ ମହାପାତ୍, ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ

Leave a Reply

Your email address will not be published. Required fields are marked *