ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତି ପ୍ରତ୍ୟାହାର ଦାବି

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜ୍ୟ ସରକାରଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତି କୁ ପ୍ରତ୍ୟାହାର କରିବା ଦାବିରେ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମହାନଗର ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ସରକାରଙ୍କର ପୁଞ୍ଜିପତିମାନଙ୍କୁ ଭରଣପୋଷଣ କରି ମାଲାମାଲ କରିବାର ଏକ ଚାଟିଆ ନୀତି ପଦାରେ ପଡୁଥିବା ଅଭିଯୋଗ କରିଛି ନାଗରିକ ମଞ୍ଚ । ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତିକୁ ନେଇ ଜନ ଆନ୍ଦୋଳନ ତେଜିବାରେ ଲାଗୁଚି । ପାନୀୟ ଜଳ ଠାରୁ ଆରମ୍ଭ କରି ମନୋରଞ୍ଜନ ତଥା ଅନ୍ୟାନ୍ୟ ନିତ୍ୟାନ୍ତ ଆବଶ୍ୟକୀୟ କାର୍ଯ୍ୟ, ପ୍ରତିଟି କ୍ଷେତ୍ରରେ ବିଦ୍ୟୁତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଏଭଳି ସ୍ଥିତିରେ ଏହାକୁ ଏକ ପ୍ରାଇଭେଟ କମ୍ପାନୀ କୁ ହସ୍ତାନ୍ତର କରାଯିବା ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି । ଘରୋଇ କମ୍ପାନୀ ଉପଭୋକ୍ତା ଙ୍କ ଠାରୁ ମନଇଚ୍ଛା ଶୁଳ୍କ ଶୋଷଣ କରୁଛି । ଦୈନଦିନ ଜୀବନରେ ବିଦ୍ୟୁତର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବର୍ଦ୍ଧିତ ଶୁଳ୍କ ନିଷ୍ପତି କୁ ନେଇ ଏବେ ଚିନ୍ତାରେ ପଡିଲେଣି ସାଧାରଣ ଜନତା । ନୂତନ ବିଦ୍ୟୁତ ଶୁଳ୍କ ବୃଦ୍ଧି ଏବଂ ସମ୍ପୃକ୍ତ ବିଭାଗକୁ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ ବିରୋଧ କରି ଆଜି କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାନଗର ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହା ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *