ନୂଆ ତରିକାରେ ଜାତୀୟ ରାଜପଥରେ ଲୁଟିନେଲେ ଟ୍ରକ୍‌ !!

0
397

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା । ବାରମ୍ବାର ହେଉଛି ଲୁଟ । ପୋଲିସକୁ ଖୋଲା ଚ୍ୟାଲେଞ୍ଚ ଦେଉଛନ୍ତି ରୋଡ଼ ଲୁଟେରା । ପୋଲିସ ପରିଚୟ ଦେଇ ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ କଲେ ଦୁର୍ବୁତ୍ତ । ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ ଏପରି ଅଭିନବ ଢଙ୍ଗରେ ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏକ ଲୁହା ପଥର ବୋଝେଇ ଟ୍ରକ୍ କେଉଁଝର କୋଇଡ଼ାରୁ ବ୍ରହ୍ମପୁର ଗୋପାଳପୁର ଯାଉଥିଲା । ଟ୍ରକ୍ ଚାଳକ ଗତ କାଲି ରାତିରେ ଟ୍ରକ୍ ରଖି ବିଶ୍ରାମ ନେଉଥିବା ବେଳେ ଏକ ବୋଲେରୋ ରେ ଆସିଥିଲେ ୫ ଜଣ ବ୍ୟକ୍ତି । ନିଜକୁ ଥାନା କର୍ମଚାରୀ ବୋଲି ପରିଚୟ ଦେଇ ବଡ ବାବୁ ଡାକୁଛନ୍ତି ଥାନାକୁ ଆସ କହି ଟ୍ରକ୍ ଚାଳକକୁ ବୋଲେରୋ ରେ ବସାଇ ନିଜ ସାଙ୍ଗରେ ନେଇଯାଇଥିଲେ । ପରେ ଡ୍ରାଇଭର ଲୁ ନିସ୍ତୁକ ମାଡ ମାରି ଲୁଟିନେଲେ ଟ୍ରକ୍‌ । ପୋଲିସ ପାଖରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଥାନାବାବୁ ଡାକୁଛନ୍ତି କହି ଟ୍ରକ ର ଚାଳକକୁ ନିଜ ସାଙ୍ଗରେ ନେବା ପରେ ମାଡ ମାରି ବୋଲେରୋ ରୁ ଠେଲି ଦେଇଥିଲେ । ଏହା ପରେ ଟ୍ରକ୍ ସହ ଟଙ୍କା ପଇସା ଗାଡି କାଗଜ ପତ୍ର ସବୁ ଲୁଟି ନେଇଯାଇଥିଲେ । ଟାଙ୍ଗୀ ଥାନାରେ ଚାଳକଙ୍କ ଏତଲା ପରେ ଟାଙ୍ଗୀ ପୋଲିସ୍ ବିଭିନ୍ନ ସ୍ଥାନରେ ଆରମ୍ଭ କରିଛି ଚଢାଉ । ଜାତୀୟ ରାଜପଥରେ ବାରମ୍ବାର ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here