ଆଞ୍ଚଳିକ ବିକାଶରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସାମ୍ବାଦିକ ସଂଘ ଦ୍ୱାରା ଏକ ଆୟୋଜିତ ହୋଇଯାଇଛି ଆଲୋଚନା ଚକ୍ର . ଢେଙ୍କାନାଳ ସହରର ଗଣେଶ ବଜାର ଠାରେ ଥିବା ଟାଉନ ହଲ ମଧ୍ୟରେ ଆଞ୍ଚଳିକ ବିକାଶରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମହୋଦୟ ଯୋଗଦେବା ସହ ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ ପ୍ରଦ୍ୟୁମ୍ନ ରଥ, ଢେଙ୍କାନାଳ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ, ସାଧାରଣ ସମ୍ପାଦକ ସତ୍ୟ ସ୍ୱରୂପ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମୁଖ୍ୟଅତିଥି ଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ବଳନ କରାଯିବା ପରେ ବାଗଦେବୀ ସଙ୍ଗୀତ ସଂଗଠନ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ମୁଖ୍ୟଅତିଥିଙ୍କ ଦ୍ୱାରା ବିଭିନ୍ନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଯିବା ସହ ସମ୍ମାନୀତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ଆଞ୍ଚଳିକ ସମସ୍ୟା ସମ୍ବନ୍ଧୀୟ ନିର୍ଭୀକର ଲେଖା ଦ୍ୱାରା ସମସ୍ୟା ଗୁଡିକ ସର୍ବ ସମୁଖ କୁ ଆସିବା ସହ ସେଗୁଡିକ ସମାଧାନ ହୋଇ ପାରିବ ବୋଲି ସଂଘ ସଭାପତି ମତ ରଖିଥିଲେ । ସାମ୍ବାଦିକ ମାନଙ୍କୁ ମୁକ୍ତ ଭାବରେ ଲୋକଙ୍କ ସମସ୍ୟାକୁ ସର୍ବସମୁଖ କୁ ଆଣିବାରେ ସହଯୋଗ କଲେ ଆଞ୍ଚଳିକ ଉନ୍ନତି ସହ ରାଜ୍ୟ ତଥା ଦେଶର ଉନ୍ନତି ସମ୍ଭବ ହୋଇପାରିବ ବୋଲି ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *