ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟ ସରକାରଙ୍କ ଦ୍ୱାରା ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ ଓ ଲୋ-ଭୋଲ୍ଟେଜ ସମସ୍ୟା ପ୍ରତିବାଦରେ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ଡ଼.ପ୍ରଦୀପ ବଳସାମନ୍ତ ଓ ଯାଜପୁର ଜିଲ୍ଲା ଯୁବମୋର୍ଚା ସଭାପତି ବିଶ୍ୱଜିତ ରାଜଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ରବିବାର ଦିବା 10 ଘଟିକା ସମୟରେ ସୁକିନ୍ଦା ବିଦ୍ୟୁତ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହାମାରୀ କରୋନାର ସଙ୍କଟ ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍ କାଟ ଓ ବାରମ୍ବାର ଅହେତୁକ ଦରବୃଦ୍ଧି ବିରୋଧରେ ସୁକିନ୍ଦା ବିଦ୍ୟୁତ୍ ଅଫିସ ସମ୍ମୁଖରେ ସୁକିନ୍ଦା ବିଜେପି ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସୁକିନ୍ଦା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଅଘୋଷିତ ବିଦ୍ୟୁତ୍ କାଟ ଓ ଦରବୃଦ୍ଧି ପ୍ରତିବାଦରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ସୁକିନ୍ଦା ବିଜେପି ।

