କଳାପଥର ଆଞ୍ଚଳିକ ଚିକିତ୍ସାଳୟ ପରିସରରେ ନୂଆଗାଁ ପଞ୍ଚାୟତ ତରଫରୁ ପ୍ରଶଂସନୀୟ ନିର୍ମାଣକାର୍ଯ୍ୟ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀର କଳାପଥର ଆଞ୍ଚଳିକ ଚିକିତ୍ସାଳୟ . ଆବଶ୍ୟକତା ଠାରୁ ସବୁବେଳେ ଅଭାବ ବେଶୀ . ଆଖପାଖ ଅଞ୍ଚଳର ପ୍ରାୟ ଦଶଟି ପଞ୍ଚାୟତର ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି . ତେବେ କର୍ମଚାରୀ ଅଭାବ ସାଙ୍ଗକୁ ଅତ୍ୟାବଶ୍ୟକୀୟ ଉପକରଣ ନଥିବା ଘଟଣା ବଢ଼ାଇଥାଏ ରୋଗୀଙ୍କ ସମସ୍ୟା . ସ୍ଥାନୀୟ କିଛି ସାମାଜିକ ସଂଗଠନ ଡାକ୍ତରଖାନାର ଉନ୍ନତି ପାଇଁ ଲଗାତାର ଦବୀର ସ୍ୱର ଉଠାଇ ଆସୁଛନ୍ତି . ତେବେ ରାଜନୈତିକ ଇଛାଶକ୍ତିର ଅଭାବ ହୋଇଛି ଉନ୍ନତିରେ ଅନ୍ତରାୟ . ସମ୍ପ୍ରତ୍ତି କାରଣ ମହାମାରୀ ସମୟରେ ଡାକ୍ତରଖାନାରେ ବଢିଛି ରୋଗୀଙ୍କ ସଂଖ୍ୟା . ପୁନଶ୍ଚ ଟୀକାକରଣ ପାଇଁ ପ୍ରତ୍ୟହ ଶତାଧିକ ଲୋକ ଡାକ୍ତରଖାନାକୁ ଆସୁଛନ୍ତି . ଚିକିତ୍ସାଳୟ ପରିସରରେ ଏବେ ଦେଖିବାକୁ ମିଳିଛି ଏପରି ପରିବର୍ତ୍ତିତ ପରିବେଶ . ରୋଗୀମାନଙ୍କ ଆବଶ୍ୟକତା କୁ ଲକ୍ଷ ରଖି ସ୍ଥାନୀୟ ନୂଆଗାଁ ପଂଚାୟତ ତରଫରୁ ନିର୍ମାଣ କରାଯାଇଛି ବିଶ୍ରାମ ବେଞ୍ଚ .

2019 ମସିହାରେ ଡାକ୍ତରଖାନା ଭିତରେ ଆଲୋକୀକରଣ ଏବଂ ବେଞ୍ଚ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା . ହେଲେ ବିଧିର ବିଡମ୍ବନା ଯୋଜନା ପ୍ରସ୍ତୁତ କରିଥିବା ବ୍ୟକ୍ତି ଏହା ଦେଖିବାକୁ ରହିଲେ ନାହିଁ . ଆମେ ଆମେ ଆପଣଙ୍କୁ ମନେ ପକାଇ ଦେବାପାଇଁ ଚାଁହୁଛୁ ବାଙ୍କୀ ଖଜୁରୀପଦା ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା . ରାଜନୈତିକ ଆକ୍ରୋଶରୁ ସଂଗଠିତ ଏହି ବର୍ବର ହତ୍ୟାକାଣ୍ଡ ରେ ଶୀକାର ହୋଇଥିଲେ ସରପଂଚଙ୍କ ସ୍ୱାମୀ ତଥା ସାମାଜିକ କର୍ମୀ ଭଗବାନ ସ୍ୱାଇଁ ଏବଂ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ . ଉଭୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଯୋଜନା ଏବେ କାର୍ଯ୍ୟକାରୀ ହେବା ପରେ ସେମାନଙ୍କୁ ମନେ ପକାଇଛନ୍ତି ସ୍ଥାନୀୟ ଲୋକେ . ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ମୃତ ସରପଂଚଙ୍କ ବଡ ଭାଇ ଯୋଗେଶ ସ୍ୱାଇଁ . କଳାପଥର ପରି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ବ୍ୟବସାୟିକ କେନ୍ଦ୍ରସ୍ଥଳୀରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପାଇଁ ବିଗତ ଦିନରେ ବହୁ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି . ଡାକ୍ତରଖାନା ପରିସରରେ ଯଦି କିଛି ହେଇଛି , କେବଳ ତାହା କେବଳ ନେତାଙ୍କ ଅନୁଗତ ଠିକାଦାର ଙ୍କୁ ପୋଷିବା ପାଇଁ ମାଳ ମାଳ ନିର୍ମାଣ କାମ . କିନ୍ତୁ ଡାକ୍ତରଖାନାର ଯାହା ଜରୁରୀ ଆବଶ୍ୟକତା ସେ ଦିଗରେ ପଦକ୍ଷେପ ଶୂନ . ନିଜ ଭାଷଣ ଓ ବ୍ୟାନର ରେ ସମୃଦ୍ଧ ବାଙ୍କୀର ନାରା ଦେଉଥିବା ବାଙ୍କୀ ବିଧାୟକ କେବେ କଳାପଥର ଡାକ୍ତରଖାନାର ଉନ୍ନତି ପାଇଁ ଚିନ୍ତା କରିବେ ତାହା ଦେଖିବାକୁ ଅପେକ୍ଷା .

Leave a Reply

Your email address will not be published. Required fields are marked *