ଗୋଶାଣୀ ବ୍ଲକ ରେ ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ରେ ବିଜୁ ଜନତା ଦଳର ମହାମିଶ୍ରଣ ପର୍ବ . ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଞ୍ଚାୟତର ଶହ ଶହ କର୍ମୀ ଓ ନେତା ଏଥିରେ ଯୋଗଦାନ କରିଥିଲେ । ନୂତନ ଭାବେ ଦଳରେ ଯୋଗ ଦେଇଥିବା ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ମହାମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ।

ମିଶ୍ରଣ ପର୍ବରେ ଜିଲ୍ଲାର ସମସ୍ତ ତୁଙ୍ଗନେତା ଉପସ୍ଥିତ ଥିଲେ । ସଭାର ପରିଚାଳନା କରିଥିଲେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପାରଳାଖେମୁଣ୍ଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ । ଗଜପତି ଜିଲ୍ଲାରେ ବିଜେଡିର ଏହି ମହା ମିଶ୍ରଣ ପର୍ବ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ କରିବା ବୋଲି
ଗଜପତି ବିଜୁ ଜନତା ଦଳ ତରଫରୁ ପ୍ରକାଶ

Leave a Reply

Your email address will not be published. Required fields are marked *