ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ବୈଠକ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ଠାରେ ବିଜୁ ଛାତ୍ର ଜନତା ଦଳ ର ବ୍ଲକ କର୍ମକର୍ତ୍ତାଙ୍କ ଏକ ବୈଠକ ଆୟୋଜିତ ହୋଇଯାଇଛି . ବ୍ଲକ ଛାତ୍ର ଜନତା ଦଳ ସଭାପତି ପ୍ରୀୟଜିତ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୁବ ନେତା ଅସିତ୍ କୁମାର ରାୟ ଚୌଧୁରୀ ଯୋଗଦେଇ କିପରି ଭାବରେ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ତା ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ . କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବ୍ଲକ୍ ଅଧକ୍ଷ ଅକ୍ଷୟ ବେହେରା, ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ର ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୋଷ ପରିଡା , ଜିଲ୍ଲା ସମ୍ପାଦକ ଦିନେଶ ପାଣି , ବିଜୁ ଛାତ୍ର ଜନତା ଦଳ ର ସୋସିଆଲ ମିଡିଆ ସଂଯୋଜକ ପିକୁଲ ସାହୁ ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *