କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ରକ୍ଷା ବନ୍ଧନରେ ନିଆରା କାମ କରି ଚର୍ଚ୍ଚାକୁ ଆସିଲେ ସାମାଜିକ ଅନୁଷ୍ଠାନ ରାଷ୍ଟ୍ର ନିର୍ମାଣ ଅଭିଯାନର ସଦସ୍ୟ . ବଟବୃକ୍ଷରେ ବନ୍ଧାଗଲା ୧୨ ମିଟର ଲମ୍ବା ରାକ୍ଷୀ । ପବିତ୍ର ରକ୍ଷା ବନ୍ଧନ ଅବସରରେ ପ୍ରସ୍ତତ ହେଲା ୧୨ ମିଟର ଲମ୍ବା ରାକ୍ଷୀ । କେନ୍ଦ୍ରାପଡାର ସାମାଜିକ ଅନୁଷ୍ଠାନ “ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ ଏହି ରାକ୍ଷୀ ପ୍ରସ୍ତୁତ କରାଯାଇଛି । ତେବେ ରାକ୍ଷୀ ଟିକୁ ଏକ ବଟବୃକ୍ଷ ରେ ବାନ୍ଧି ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଛନ୍ତି ଅନୁଷ୍ଠାନ ର ସଦସ୍ୟ ମାନେ । ଏହି ରାକ୍ଷୀଟିକୁ ପ୍ରସ୍ତୁତ କରିବା ପାଇଁ ୬ ଦିନ ସମୟ ଲାଗିଛି । ଏଥିରେ ୩ ରଙ୍ଗର ୩୬ ମିଟର କପଡା, ୩୬ ମିଟର ଅସ୍ତ୍ର କପଡା, ୨୫ ମିଟର ଲେସ, ଚୁମକୀ, ରଙ୍ଗୀନ ପଥର, ଅଠା ପ୍ରଭୃତି ବ୍ୟବହାର ହୋଇଛି । ରକ୍ଷା ବନ୍ଧନ ଅବସରରେ ସ୍ଥାନୀୟ ଦେପୁର ସ୍ଥିତ ବାଞ୍ଛା କଳ୍ପତରୁ ବଟ ମହାପୁରୁଷ ପୀଠରେ ଥିବା ଶତାୟୁ ବରଗଛରେ ଏହି ରାକ୍ଷୀଟି ବନ୍ଧାଯାଇ ପୂଜାର୍ଚ୍ଚନା କରାଯାଇଛି । ‘ପରିବେଶ ସୁରକ୍ଷା, ରାଷ୍ଟ୍ର ରକ୍ଷା’ ସ୍ଲୋଗାନ ଦେଇ ଉପସ୍ଥିତ ବ୍ୟକ୍ତିମାନେ ବୃକ୍ଷ ରୋପଣ ପାଇଁ ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍ତମ ଚରଣ ନାୟକ, ଶ୍ରୀ ଚରଣ ନାୟକ, ଦେବ ପ୍ରସନ୍ନ ସ୍ୱାଇଁ, ମନୋଜ ନାୟକ, ଗୌତମ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମଳୟ ସାହୁ, ସୁଶାନ୍ତ ନାୟକ ଓ କେଶବ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବଟବୃକ୍ଷରେ ବନ୍ଧାଗଲା ୧୨ ମିଟର ଲମ୍ବା ରାକ୍ଷୀ ।

