ବିପଦଜନକ ଅବସ୍ଥାରେ ପୁରାତନ ବ୍ରିଜ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିପଦଜନକ ଅବସ୍ଥାରେ ରହିଛି ଗୋବିନ୍ଦପୁର ଛକ ପାଖରେ ଥିବା ପୁରାତନ ବ୍ରିଜ . ବାଣପୁର ମୁସଲିମ ସାହି ଠାରୁ କିଛି ଦୁରରେ ଗୋବିନ୍ଦପୁର ଛକ ଠାରେ ଦୀର୍ଘ ୮୦ ବର୍ଷ ର ପୁରାତନ ବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି . ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା କୁ ସଂଯୋଗ ପଥ ହୋଇଥିବାରୁ ଏଇ ରାସ୍ତା ଦେଇ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରୁଛି . ସାଧାରଣ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଏବଂ କଲେଜ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି . ବିପଦଜନକ ଅବସ୍ଥାରେ ଥିବା ଏହି ସେତୁ କୌଣସି ସମୟରେ ଅଘଟଣର କାରଣ ପାଲଟିପାରେ . ବାରମ୍ବାର ପ୍ରଶାସନ କୁ ଜଣେଇବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ ହେଉ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *