କୃଷି ମନ୍ତ୍ରୀଙ୍କ ଏରିଆରେ ୟୁରିଆ ସାର ବଣ୍ଟନରେ ଘୋର ପ୍ରିୟାପ୍ରିତୀ : ଚାଷୀ ନୟାନ୍ତ !!!

Spread the love

ଚାଷୀଙ୍କୁ ବସ୍ତା ପିଛା ୭୦୦ ଟଙ୍କା ଦରରେ ବିକ୍ରି ହେଉଥିବାର ଅଭିଯୋଗ ଆଣିଲେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କୃଷି ମନ୍ତ୍ରୀଙ୍କ ଏରିଆରେ ୟୁରିଆ ସାର ବଣ୍ଟନରେ ଘୋର ପ୍ରିୟାପ୍ରିତୀ , ଚାଷୀ ହେଲେଣି ନୟାନ୍ତ . ଚାଷୀଙ୍କୁ ବସ୍ତା ପିଛା ୭୦୦ ଟଙ୍କା ଦରରେ ବିକ୍ରି ହେଉଥିବାର ଅଭିଯୋଗ ଆଣିଲେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ . କୃଷିମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର ନୟାଗଡ ସମେତ ସମଗ୍ର ନୟାଗଡ ଜିଲ୍ଲାରେ ଚଳିତ ଖରିଫ ଚାଷ ପାଇଁ ଇଫକୋ ୟୁରିଆ ସାର ବଣ୍ଟନରେ ଘୋର ପ୍ରିୟାପ୍ରିତି ହୋଇ ଜିଲ୍ଲାର ୧୦ ଜଣ ଲାଇସେନ୍ସ ପ୍ରାପ୍ତ ଘରୋଇ ବିତରକ ଏବଂ କୃଷିମନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ଅଦ୍ୟାବଧି ଜିଲ୍ଲାକୁ ଆସିଥିବା ୪୩୪୫.୮୬ ମେଟ୍ରିକ ଟନ ଇଫକୋ ସାର ମଧ୍ୟରୁ ୮୦ % ଭାଗ ୟୁରିଆ ସାର ଚଞ୍ଚକତା କରି ଉଠାଇ ସାର ବସ୍ତା ପିଛା ଚାଷୀଙ୍କୁ ୭୦୦ ଟଙ୍କା ଦରରେ ବିକ୍ରି କରୁଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି l କୃଷି ବିଭାଗ ସାର ବିତରଣ ସ୍ଥାୟୀ ବ୍ୟବସ୍ଥା ଅନୁସାରେ ମାର୍କଫେଡ଼ ସଂସ୍ଥା ମାଧ୍ୟମରେ ଜିଲ୍ଲାକୁ ଆସୁଥିବା ସାର ମଧ୍ୟରୁ ୭୫ % ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବିତରଣ କରାଯିବା ବେଳେ ବଳକା ୨୫ % ୟୁରିଆ ସାର ଖୋଲା ବଜାରରେ ବିକ୍ରି କରିବା ପାଇଁ ଘରୋଇ ବିତରକଙ୍କୁ ଯୋଗାଇ ଦେବା ସ୍ଥଳେ ନୟାଗଡ ଜିଲାରେ ସମ୍ପୂର୍ଣ୍ଣ ଓଲଟା ନିୟମ କାର୍ଯ୍ୟକାରୀ ହେଉଛି l ୟୁରିଆ ସାର ବସ୍ତା ପିଛା ଟ ୨୬୬.୫୦/- ଦର ଧାର୍ଯ୍ୟ ଥିବାବେଳେ ସାର ଅଭାବି ଯୋଗାଣର ଫାଇଦା ଉଠାଇ ଘରୋଇ ବିତରକ ଉଠାଇ ଥିବା ପ୍ରାୟ ୭୪୭୯ ବସ୍ତା ୟୁରିଆ ସାର ବସ୍ତା ପିଛା ୭୦୦ ଟଙ୍କା ଦରରେ କଳାବଜାରୀ କରି ପ୍ରାୟ ୩୦ ଲକ୍ଷ ଟଙ୍କା ମୁନଫା ଉଠାଇ ମିଳିଭଗତ ଭାବେ ହଡପ କରିଛନ୍ତି l ଜିଲ୍ଲାର ୧୦ ଜଣ ଲାଇସେନ୍ସ ପ୍ରାପ୍ତ ସାର ବିତରକ ଖୋଦ କୃଷିମନ୍ତ୍ରୀଙ୍କ ପାଖଲୋକ ହୋଇ କ୍ଷମତାର ଅପବ୍ୟବହାର କରି ବିତରକ ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଇ ବେଆଇନ ଭାବେ ସରକାରୀ ନୀତି ନିୟମକୁ ଖୋଲା ଉଲ୍ଲଙ୍ଘନ କରି ସେବା ସମବାୟ ସମିତି ମାନଙ୍କୁ ଅଣଦେଖା କରାଯାଇ ଥିବା କଂଗ୍ରେସ ଅଭିଯୋଗ କରିଛି l ଏଯାବତ ସମିତି ମାନଙ୍କୁ ମାତ୍ର ୨୦% ହିସାବରେ ୯୮୦ ମେଟ୍ରିକଟନ ସାର ଯୋଗାଇ ଦିଆଯାଇଛି l ଏହି ଗୁରୁତର ବିଭ୍ରାଟ ପାଇଁ ଏବଂ ସାର କଳାବଜାରୀ ପାଇଁ କୃଷି ମନ୍ତ୍ରୀ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ଏବଂ ସାର ବିତରକ ମାନେ କେମିତି ୪୩୪୫.୮୬ ମେଟ୍ରିକ ଟନ ମଧ୍ୟରୁ ୩୩୬୫. ୮୬ ମେଟ୍ରିକ ଟନ ସାର ଉଠାଇଲେ ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ଏକ ପ୍ରେସବାର୍ତାରେ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *