ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ମଙ୍ଗରାଜପୁର ଗ୍ରାମର ଜଣେ ପଚାଶ ବର୍ଷ ବ୍ୟକ୍ତିଙ୍କର ମୋଟର ସାଇକେଲ ଧକ୍କାରେ ମୃତ୍ୟୁ ଘଟିଛି l ସୂଚନା ଅନୁସାରେ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା ବାଣପୁର କଲେଜ ଛକ ନିକଟରୁ ଜମି ପାଇଁ ସାର କିଣିବାକୁ ଆସିଥିବା ବେଳେ ତାଙ୍କୁ ଏକ ମୋଟର ସାଇକେଲ ଧକ୍କା ଦେଇଥିଲା I ଗାଡିଟି ତାଙ୍କୁ ଜୋରରେ ଧକ୍କା ଦେବା ଫଳରେ ସେ ତଳେ ପଡି ଯାଇଥିଲେ l ପରିବାର ଲୋକ ଖବର ପାଇ ଆମ୍ବୁଲାନ୍ସ ମାଧ୍ୟ୍ୟମରେ ତାଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଲୋକେ ଗାଡିଟିକୁ ପିଛା କରିଥିଲେ ମଧ୍ୟ ଜୋରରେ ଗାଡି ଚଳାଇ କଲେଜ ଆଡେ ଚାଲି ଯାଇଥିଲା l ଉକ୍ତ ଘଟଣାକୁ ନେଇ ମେଡିକାଲ ପରିସରରେ ଚାପା ଉତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲା l
ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧ ମୃତ !!!

