କଳାପଥରରେ ନୂତନ ପେଟ୍ରୋଲ ଟାଙ୍କି ର ଫିତା କାଟିଲେ ବାଙ୍କୀ ବିଧାୟକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ଗ୍ରାମରେ ଉଦଘାଟିତ ହୋଇଯାଇଛି ନୂତନ ତେଲ ଟାଙ୍କି . ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାବା କପିଳେଶ୍ୱର ଦେବଙ୍କ ମନ୍ଦିର ସମ୍ମୁଖରେ ରାସ୍ତା ପାର୍ଶ୍ଵରେ ସ୍ଥାପିତ ଏହି ନୂତନ ତେଲ ଟାଙ୍କିର ଉଦଘାଟନୀ ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । କଳାପଥର ଅଞ୍ଚଳରେ ଆଗରୁ ଅବସ୍ଥିତ ଥିବା ତେଲ ଟାଙ୍କି ଗ୍ରାମ ଠାରୁ ଟିକେ ଦୂରରେ ଥିବାରୁ ସାଧାରଣ ଲୋକଙ୍କୁ ସାମାନ୍ୟ ଅସୁବିଧା ହେଉଥିଲା . ତେବେ ଗ୍ରାମ ପାଖରେ ଟାଙ୍କି ଖୋଲିବା ପରେ ସେହି ସମସ୍ୟା ଦୂର ହୋଇ ପାରିବ ବୋଲି ଲୋକେ ପ୍ରକାଶ କରିଛନ୍ତି . ତେଲ ଟାଙ୍କିର ପ୍ରତିଷ୍ଠାତା ଗଣେଶ ମହାପାତ୍ର ଙ୍କ ଅନୁରୋଧ ବାଙ୍କୀ ବିଧାୟକ ଫିଲିଙ୍ଗ ଷ୍ଟେସନର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବରେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *