ବାଣପୁର (ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥରେ ଲୁଟପାଟ କରି ଆତଙ୍କ ଖେଳାଇଥିବା ଲୁଟେରା ପୁଣି ହୋଇ ଉଠିଛନ୍ତି ସକ୍ରିୟ . ବାଲୁଗାଁ ବାଇପାସ ରେ ଘଟାଇଲେ ଅଘଟଣ , ଡ୍ରାଇଭର ର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି । ସୂଚନା ମୁତାବକ କଟକରୁ ଫ୍ଲିପକାର୍ଟ କୋରିଅର ଜିନିଷ ନେଇ ଡ୍ରାଇଭର ପ୍ରଦୀପ ସାହୁ ଏକ ମିନି ଅଶୋକ ଲେଲ୍ୟାଣ୍ଡ ଗାଡ଼ିରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ । ବ୍ରହ୍ମପୁରରୁ ୧୩ ଗୋଟି ଫେରସ୍ତ ପାର୍ସଲ ଧରି କଟକ ଫେରୁଥିବା ବେଳେ ବାଣପୁର ବାଇପାସ ମଠପାଟଣା ଛକ ଠାରେ ଦୁଇ ଜଣ ଯୁବକ ପ୍ରଦୀପଙ୍କୁ ଲିଫ୍ଟ ମାଗିଥିଲେ । ପ୍ରଦୀପ ଗାଡ଼ି ଅଟକାଇବାରୁ ହଠାତ ଆଉ ତିନି ଜଣ ଯୁବକ ଏକାଠି ହୋଇ ସମୁଦାୟ ୫ ଜଣ ଯୁବକ ପ୍ରଦୀପଙ୍କୁ ଅତର୍କିତ ଆକ୍ରମଣ କରଥିଲେ। ଏପରିକି ଛୁରାରେ ତାଙ୍କ କାନ କାଟିଦେବା ସହ ଛାତିରେ ଆକ୍ରମଣ କରି ତାଙ୍କ ଗାଡ଼ି ଚାବି ଓ ମୋବଇଲ ନେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ସମସ୍ତ ଯୁବକ ଚାଲି ଚାଲି ଆସିଥିବାର ପ୍ରଦୀପ କହିଛନ୍ତି । ତେବେ ସ୍ଥାନୀୟ କିଛି ଯୁବକ ମାନେ ପ୍ରଦୀପଙ୍କୁ ଉଦ୍ଧାର କରିଛନ୍ତି । ଏ ନେଇ ବାଲୁଗାଁ ଏସଡ଼ିପିଓ ଖବର ପାଇ ବାଣପୁର ପୋଲିସ ଓ ନାଭାଲ ଫାଣ୍ଡି ପୋଲିସକୁ ଘଟଣାସ୍ଥଳକୁ ପଠାଇଛନ୍ତି । ବାଣପୁର ପୋଲିସ ତୁରନ୍ତ ସକ୍ରିୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ସରନଇ ଓଭରବ୍ରିଜ ଉପରୁ ୨ ଜଣ ଯୁବକଙ୍କୁ ଅଟକ ରଖିଥିବା ବେଳେ ଆଉ ୩ ଜଣ ଫେରାର ଅଛନ୍ତି ।
ବାଲୁଗାଁ ବାଇପାସ ରେ ପୁଣି ମାତିଲେ ଲୁଟେରା : ଡ୍ରାଇଭର ର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି !!!

