ଚିଲିକା ବିଧାୟକଙ୍କ ନାମରେ ମାମଲା ରୁଜୁ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇବ ସାମ୍ବାଦିକ ସଂଘ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ଗୁଣ୍ଡା ଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା ଆଲୋଚନା l ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଫାଟକ ଆଗରେ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଙ୍କୁ ମାଡ ଘଟଣା ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ସମୟରେ ଜଗଦ୍ଦେବ ଙ୍କ ପ୍ରତି ଗ୍ରହଣ ହୋଇଛି ଦଳୀୟ କାର୍ଯ୍ୟାନୁଷ୍ଠାନ . ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ . ତେବେ ସେଦିନ ଘଟିଥିଲା ଆଉ ଗୋଟିଏ ଅଘଟଣ , ଘଟଣାସ୍ଥଳରେ ଖବର ସଂଗ୍ରହ କରୁଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଶାଳୀନ ବ୍ୟବହାର ଦେଖାଇବା ସହିତ ତାଙ୍କ ମୋବାଇଲ ଫୋନ କୁ ଛଡାଇ ନେଇଥିଲେ ବିଧାୟକ . ବିଧାୟକଙ୍କୁ ସାମ୍ବାଦିକ ଜଣକ ନିଜର ମୋବାଇଲ ଫୋନ ଫେରସ୍ତ ମାଗିଥିଲେ ସୁଦ୍ଧା , ସେ କୌଣସି ଫୋନ ବିଷୟରେ ଜାଣି ନାହାନ୍ତି ବୋଲି ରୋକଠୋକ ପ୍ରକାଶ କରିଥିଲେ l ଘଟଣାକୁ ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ ସାମ୍ବାଦିକ ଦିବ୍ୟକାନ୍ତ ବେହେରା l ତେବେ ଏ ଭିତରେ ତିନି ଦିନ ବିତି ଥିଲେବି ପୁଲିସ ଗ୍ରହଣ କରିନି କାର୍ଯ୍ୟାନୁଷ୍ଠାନ . ପୁଲିସ ର ନିଷ୍କ୍ରିୟତାକୁ ବିରୋଧ କରି ଧାରଣା ଦେବାପାଇଁ ଚେତାବନୀ ଦେଇଛି ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ . ବିଧାୟକଙ୍କ ନାମରେ ଅପରାଧିକ ମାମଲା ରୁଜୁ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା l

Leave a Reply

Your email address will not be published. Required fields are marked *