ମା ପ୍ରଗଳା ପୀଠରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ସମାବେଶ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଜୟପୁର ଠାରେ ଥିବା ମା ପ୍ରଗଳା ପୀଠରେ ଅନୁଷ୍ଠିତ ହୋଇଯାଇଛି ଓଡିଶା ଡ୍ରାଇଭର ମହାସଂଘର ଏକ ବିଶାଳ ଡ୍ରାଇଭର ସମାବେଶ । ଏହି ସମାବେଶ କୁ ଆୟୋଜନ କରିଛନ୍ତି ଓଡିଶା ଡ୍ରାଇଭର ମହାସଙ୍ଘ ନରସିଂହପୁର ଶାଖାର କର୍ମକର୍ତ୍ତା । ସମାବେଶରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଡ୍ରାଇଭର ସଙ୍ଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ନରସିଂହପୁର ଡ୍ରାଇଭର ସଙ୍ଘ ସହିତ ବିଭିନ୍ନ ଜିଲ୍ଲାର ଶତାଧିକ ଡ୍ରାଇଭର ଏକତ୍ରିତ ହୋଇଥିଲେ । ଏହି ସମାବେଶରେ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା।ସବୁଠାରୁ ବଡ଼ ଦୁଃଖର କଥା ହେଲା ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିବା ବେଳେ ଡ୍ରାଇଭର ମାନେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀ କୁ ନଡରି ଜନସାଧାରଣଙ୍କ ପାଇଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳକୁ ପରିବହନର ମୁଖ୍ୟ ସାରଥୀ ସାଜିଥିବା ବେଳେ ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ଓଡିଶା ଡ୍ରାଇଭର ମହାସଙ୍ଘ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କ୍ଷୋଭ ଓ ଅଭିମାନର ସହ କହିଛନ୍ତି ଓଡିଶା ଡ୍ରାଇଭର ମହାସଂଘର ସଭାପତି।ଲୋକମାନେ ଘରେ ରହି ନିଜ ପରିବାର ସହିତ ସମୟ କାଟୁଥିବା ବେଳେ ଡ୍ରାଇଭର ମାନେ ନିଜେ ବିପଦରେ ରହି ମଧ୍ୟ ଲୋକମାନେ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ କୁ ବିଭିନ୍ନ ସ୍ଥାନରେ ପହଂଚାଇଥାନ୍ତି।ସତରେ ଡ୍ରାଇଭର ମାନଙ୍କର କାର୍ଯ୍ୟଶୈଳୀ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ।

Leave a Reply

Your email address will not be published. Required fields are marked *