ମନ୍ତ୍ରୀ ଅରୁଣ ସାହୁ ଙ୍କ ଘରକୁ ଆସି ପ୍ରଶ୍ନ ପଚାରୁଛି !! ମୋ ପ୍ରଶ୍ନ ର ଉତ୍ତର ଦେବେ କି ? – ଲେଖାଶ୍ରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର . ଗଣମାଧ୍ୟମ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ବିଜେଡି ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ଏବଂ ମନ୍ତ୍ରୀ ଅରୁଣ କୁମାର ସାହୁ ଜଣେ ଆଗଧାଡିର ନେତା ହୋଇ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ରେ ଜନସାଧାରଣ ଙ୍କୁ ଠକୁଥିବା ପ୍ରକାଶ କରିଥିଲେ । ତେବେ ନୟାଗଡ଼ର ବିଭିନ୍ନ ଘଟଣା ନେଇ ମନ୍ତ୍ରୀ ଙ୍କୁ ପ୍ରଶ୍ନ କଲେ ଉତ୍ତର ଦେବାର ସତ ସାହସ ନଥିବାରୁ ମୁହଁ ଲୁଚାଇ ପଳାନ୍ତି କିନ୍ତୁ ଆଜି ତାଙ୍କ ଘରକୁ ଆସି ପଚାରୁଛି , ମନ୍ତ୍ରୀ ମହାଶୟ ଉତ୍ତର ଦେଇ ପାରିବେ କି ବୋଲି କହିଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ

Leave a Reply

Your email address will not be published. Required fields are marked *