ଦୁର୍ଗା ମାଧବଙ୍କ ମୂର୍ତ୍ତୀ ନିର୍ମାଣ ପାଇଁ ମାଟି ଅନୂକୁଳ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆସୁଛି ପାର୍ବଣର ଋତୁ . ମହାମାରୀ ସଂକ୍ରମଣ ଦୃଷ୍ଟିରୁ ପୂଜା ପାଇଁ କଟକଣା ଜାରି ହୋଇଥିଲେବି ବିଭିନ୍ନ ସ୍ଥାନରେ ଆରମ୍ଭ ହେଲାଣି ପ୍ରସ୍ତୁତି . କୋଭିଡ ଗାଇଡ଼ ଲାଇନ ଅନୁସାରେ ପୂଜା ବିଧି ସମ୍ପାଦନା ପାଇଁ ପୂଜା କମିଟି ଏବଂ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି କରିଛନ୍ତି . କଳାପଥର ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଧୁମ୍ ଧାମ ରେ ପାଳନ କରାଯାଇଥାଏ . ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କେବଳ ପରମ୍ପରା ରକ୍ଷା ପାଇଁ ମା’ ଙ୍କର ପୂଜାର୍ଚ୍ଚନା ପାଇଁ ସ୍ଥିର ହୋଇଛି . ପାର୍ବଣର ପ୍ରଥମ ସୋପାନ ରେ ମା ‘ ଙ୍କର ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ ପାଇଁ ମାଟି ଅନୂକୁଳ ହୋଇଯାଇଛି . ଦଶହରା ଅବସରରେ ପୂଜା ପାଉଥିବା ଦୁର୍ଗା ମାଧବଙ୍କ ପାଇଁ ମାଟି ଅନୂକୁଳ ହୋଇଯାଇଛି . ଯଥାବିଧି ପୂଜାର୍ଚ୍ଚନା ପରେ ପର୍ଶୁରାମପୁର ଗ୍ରାମ ନିକଟସ୍ଥ କାଳିଗିରି ନଦୀରୁ ମାଟି ଆଣିଛନ୍ତି ଶ୍ରଦ୍ଧାଳୁ . ପୂଜା ମାଟିରେ ଅନ୍ୟାନ୍ୟ ସାମଗ୍ରୀ ଏବଂ ମାଟି ମିଶାଇ ମୂର୍ତ୍ତୀ ପ୍ରସ୍ତୁତ କରିବେ ଶିଳ୍ପୀ .

Leave a Reply

Your email address will not be published. Required fields are marked *