ପୂଜା ଆୟୋଜକଙ୍କୁ ଭେଟିଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ନିରାଡ଼ମ୍ବର ଭାବରେ ଗଣପତିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ସମୟରେ ବିଭିନ୍ନ ପୂଜା କମିଟିରେ ଉପସ୍ଥିତ ରହିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . କରୋନା କଟକଣା ଭିତରେ ପାଳିତ ହୋଇଥିଲା ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ବଡପଦା ଗଣେଶ ପୂଜା ରୀତିନୀତିରେ ପାଳିଥିଲେ ଗଣେଶ ପୂଜା । କାର୍ଯ୍ୟକ୍ରମ ରେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ , ବିଧାୟକଙ୍କ ସହିତ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ଉପାଧ୍ୟକ୍ଷ। ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ , ବ୍ଲକ ଆତ୍ମା ଚେୟାରମ୍ୟାନ ସଂଜିବ କୁମାର ସାହୁ , ସ୍ଥାନୀୟ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ଏବଂ ସ୍ଥାନୀୟ ଅଞ୍ଚଳର ନାରିନେତ୍ରୀ ଶୁଭଶ୍ରୀ ସାହୁ , ପ୍ରହଲ୍ଲାଦ ସାହୁ , ବଳରାମ ସାହୁ ଓ ଅଂଚଳର ସମାଜସେବୀ ଏବଂ ଜଣାଶୁଣା ବ୍ୟକ୍ତିତ୍ୱ ରାଜକିଶୋର ସାହୁ , ତ୍ରିନାଥ ସ୍ୱାଇଁ , ବସନ୍ତ କୁମାର ସାହୁ , ରାଜେନ୍ଦ୍ର ପାତ୍ର , ଅରୁଣ କୁମାର ସାହୁ ପ୍ରମୂଖ ଯୋଗ ଦେଇଥିଲେ . ଗାଁ କମିଟି ସମସ୍ତ ପୂଜା କାର୍ଯ୍ୟ ପରିଚାଳନା କରିଥିଲା ।

Leave a Reply

Your email address will not be published. Required fields are marked *