ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ପ୍ରବଳ ବର୍ଷାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ଅନେକ ଜାଗା ଜଳମଗ୍ନ ଥିବା ଦେଖିବାକୁ ମିଳଥିବା ବେଳେ ଅମରଦା ପଞ୍ଚାୟତ ରେ ଘର ଭିତର ପାଣି ପଶି ଯିବାରୁ ଘର ର କାନ୍ଥ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଯାହା ଫଳ ରେ ଲୋକ ମାନେ ଛୋଟ ଛୋଟ ପିଲା ଓ ଘର ର ବୃଦ୍ଧ ବୃଦ୍ଧା ମାନଙ୍କୁ ନେଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କିଛି କିଛି ଜାଗାରେ ଲୋକଙ୍କ ର ଦରକାରୀ କାଗଜ ପତ୍ର ମଧ୍ୟ୍ୟ ନଷ୍ଟ ହେବାର ଦେଖିବାକୁ ମିଳିଛି . ରୋଷେଇ କରିବାରେ ଅସୁବିଧା ମଧ୍ୟ୍ୟ ହେଉଅଛି ! ନା ଅଛି ଖାଇବା , ନା ଅଛି ରହିବା ପାଇଁ ଘର . ଲୋକଙ୍କର ଦୁର୍ଦ୍ଦଶା ସମୟରେ ପ୍ରଶାସନ ତରଫରୁ ମଧ୍ୟ କୌଣସି ସୁବିଧା ମିଳିନାହିଁ । ଜିଲ୍ଲା ପ୍ରଶାସନର ଏପରି ଚୁପ୍ ମନୋଭାବ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି !
ଲଘୁଚାପ ଜନିତ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ : ପ୍ରଶାସନ ପକ୍ଷରୁ ମିଳୁନି ସାହାଯ୍ୟ !!

