ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାର ୮ ଗୋଟି ବ୍ଲକ ଏବଂ ସହରାଞ୍ଚଳ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଅନ୍ତର୍ଗତ ଖାଉଟି ମାନଙ୍କୁ ଚାଉଳ, ଗହମ ପରିବହନ ନିମନ୍ତେ ଲେବେଲ ୨ ପରିବହନ ଠିକାଦାର ଚୟନ ପାଇଁ ନୟାଗଡ ଜିଲ୍ଲାପାଳ ଗତ ୨୮/୦୭/୨୦୨୧ ତାରିଖରେ ଅନଲାଇନ ଟେଣ୍ଡର ଆହ୍ୱାନ କରିଥିଲେ l ଏହି ଟେଣ୍ଡର ନମ୍ବର ୩୧୮୧ ସର୍ତ୍ତ ଅନୁସାରେ ବିଭିନ୍ନ ବ୍ଲକ ପାଇଁ ପରିବହନ ଠିକାଦାର ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ l ଗତ ୬ ଅଗଷ୍ଟ ୨୦୨୧ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ବିଡ଼ର ମାନଙ୍କ ଉପସ୍ଥିତିରେ ଟେଣ୍ଡର ପେପର ଖୋଲି ପାଞ୍ଚ ଜଣ ବିଡ଼ରଙ୍କ ଉପସ୍ଥିତିରେ ତାହାକୁ ଯାଞ୍ଚ କରିଥିଲେ ଏବଂ ଏହି ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ବିଡ଼ରଙ୍କ ଗ୍ରହଣ ଯୋଗ୍ୟ ହୋଇଥିଲା . ମାତ୍ର ଜିଲ୍ଲାପାଳ ଏଥିରେ ମୋହର ମାରିବା ପରେ ଏହାର ପ୍ରୋସିଡିଙ୍ଗ ୱେବସାଇଟରେ ଅପଲୋଡ଼ ହୋଇ ପ୍ରାଇସ ବିଡ ଖୋଲାଯିବା ବ୍ୟବସ୍ଥା ଥିଲା l କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ସପ୍ତାହ ବିତି ଯାଇଥିଲେ ମଧ୍ୟ ଜିଲ୍ଲାପାଳ କଣ ପାଇଁ ପିଡ଼ିଏସ ପରିବହନ ଠିକାଦାର ଚୟନ ଫାଇଲକୁ ନିଜ ପାଖେ ଚାପି ରଖିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ପ୍ରଶ୍ନ କରିଛନ୍ତି l ନୟାଗଡ ଯୋଗାଣ ବିଭାଗ ଚାଉଳ ଗୋଦାମ ଠାରୁ ଡିଲର ପଏଣ୍ଟ ପର୍ଯ୍ୟନ୍ତ ଦୁଇବର୍ଷିଆ ପିଡ଼ିଏସ ସାମଗ୍ରୀ ପରିବହନ ଠିକା ବାବଦରେ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୨୦ କୋଟି ଟଙ୍କା ନୟାଗଡ ଜିଲ୍ଲାରେ ଖର୍ଚ୍ଚ କରୁଛନ୍ତି l ଟେଣ୍ଡର ଆବେଦନକାରୀଙ୍କ ପ୍ରାଇସ ବିଡ ଖୋଲିବା ପାଇଁ କେତେ ପରସେଣ୍ଟ ମୂଳଚାଲ ଚାଲିଛି ଯୋଉଥି ପାଇଁ ପ୍ରୋସିଡିଙ୍ଗ ପ୍ରକାଶ ପାଉନାହିଁ ବୋଲି କଂଗ୍ରେସ ସଭାପତି ସନ୍ଦେହ ପ୍ରକଟ କରିଛନ୍ତି l ଜିଲ୍ଲାର ୨ ଜଣ ପ୍ରଭାବଶାଳି କଷ୍ଟମ ମିଲର ଏହି ପରିବହନ ଠିକା କାର୍ଯ୍ୟକୁ ଦୀର୍ଘବର୍ଷ ଧରି ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟାରେ ବେନାମୀ ଭାବେ ପରିଚାଳିତ କରାଇ ଆସୁଛନ୍ତି l ତେଣୁ ଜିଲ୍ଲାପାଳ କୋଉଠି ନା କୋଉଠି ମ୍ୟାନେଜ ହୋଇ ପ୍ରାଇସ ବିଡ ଖୋଲି ଯୋଗ୍ୟ ବିଡ଼ରଙ୍କ ଚୟନ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ ଦାବୀ କରିଛନ୍ତି l ଆଜି ଏହି ମର୍ମରେ ରାଜ୍ୟ ଯୋଗାଣ ବିଭାଗ ସଚିବ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଙ୍କୁ ମେଲ ଯୋଗେ ଏକ ସ୍ମାରକପତ୍ର ପ୍ରଦାନ କରି ନୟାଗଡ ଜିଲ୍ଲାପାଳ ନିଜେ ଜାରି କରିଥିବା ଟେଣ୍ଡର ନିୟମକୁ ନିଯେ କିଭଳି ମିଲର୍ସଙ୍କ ଦ୍ୱାରା ପ୍ରଭାବିତ ଏବଂ ମ୍ୟାନେଜ ହୋଇ ପ୍ରୋସିଡିଙ୍ଗ ପ୍ରକାଶ କରୁନଥିବା ଉଲ୍ଲେଖ କରିଛନ୍ତି l ସୂଚନା ଯୋଗ୍ୟ ଗତ ୧.୭.୨୦୨୧ ତାରିଖରେ ଜିଲ୍ଲାପାଳ ପ୍ରଥମେ ଟେଣ୍ଡର ନମ୍ବର ୨୭୯୦ ବିଜ୍ଞପ୍ତି ପ୍ରକାଶ କରି ତାହାକୁ ଶେଷ ମୁହୂର୍ତ୍ତ ରେ କରୋନା ଆଳ ଦେଖାଇ ବାତିଲ କରିଥିବା ମଧ୍ୟ ଏବେ ସନ୍ଦେହ ଘେରକୁ ଆସିଛି l ପ୍ରାୟ ୪0 କୋଟି ଟଙ୍କାର ଦୁଇବର୍ଷିଆ ପରିବହନ ଠିକାଦାର କିଏ ହେବେ ଜିଲ୍ଲାପାଳ ସେ ଅଙ୍କ ଛିଣ୍ଡାଇ ପାରୁ ନାହାଁନ୍ତି ବୋଲି କଂଗ୍ରେସ କଟାକ୍ଷ କରିଛି ।
ଜିଲ୍ଲାପାଳ ଛିଣ୍ଡାଇ ପାରୁନାହାନ୍ତି ଅଙ୍କ : ଆରୋପ ଲଗାଇଲେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି !!!

