ଧାନ ମଣ୍ଡିରେ ଟୋକନ ନପାଇ ରାଜରାସ୍ତାରେ ବସିଲେ ୨ଶହ ଚାଷୀ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ସେବା ସମବାୟ ସମିତିର ସମିତିର ୨ଶହରୁ ଉର୍ଦ୍ଧ୍ଵ ଚାଷୀ ଟୋକନ ନ ପାଇ ବାଘମାରି – କଣ୍ଟିଲୋ ୪୮ ନମ୍ବର ଜାତୀୟ ରାଜପଥ ଉପରେ ବସିଥିଲେ । ରାସ୍ତା ଦେଇ ଯାତ୍ରୀବାହୀ ବସ ଗୁଡିକ ଯାତାୟତ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କେହି ଜଣେ ପହଁଚିବା ଦୂରର କଥା ସମବେଦନା ଜଣାଇ ନାହାନ୍ତି । ଯଦି ପ୍ରଶାସନ ପକ୍ଷରୁ ଏହି ସମସ୍ୟା ସୁଧାରିବା ପାଇଁ ଚେଷ୍ଟା ନକଲେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *