ବିଶିଷ୍ଟ କଳାକାର ପ୍ରଭାତ କୁମାର ମହାରଣାଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶିଷ୍ଟ କଳାକାରଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା . ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମଞ୍ଚ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ପ୍ରଭାତ କୁମାର ମହାରଣା ଙ୍କୁ ତାଙ୍କ ଜନ୍ମମାଟି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମରେ ପଞ୍ଚାୟତ ତରଫରୁ ଗ୍ରାମବାସୀ ମାନେ ସମ୍ବର୍ଦ୍ଧନା କରିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସରପଞ୍ଚ ଶ୍ରୀମତୀ ଶ୍ଵେତାଲିନା ମିଶ୍ର ସଭାପତିତ୍ୱ କରିଥିବା ବେଳେ ଗଜେନ୍ଦ୍ର କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ . ସାମ୍ବାଦିକ ତଥା ନାଟ୍ୟକାର ପ୍ରଦୀପ୍ତ କୁମାର ରଥ , ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ମିଶ୍ର , ନାଟ୍ୟକାର ନିର୍ଦ୍ଦେଶକ ତଥା ଶିକ୍ଷକ ଶରତ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ଉତ୍ସବରେ ଶ୍ରୀଯୁକ୍ତ ମହାରଣା ଏହା ତାଙ୍କୁ ସମ୍ବର୍ଦ୍ଧନା ନୁହେଁ ଜନ୍ମ ମାଟିର ସ୍ନେହ ଶ୍ରଦ୍ଧା ଏବଂ ଆର୍ଶୀବାଦ ବୋଲି ପ୍ରକାଶ କରିବା ସହିତ ଗାଆଁ ରେ ନିଜର ପିଲାଦିନର ଅନୁଭୁତି ପ୍ରକାଶ କରିଥିଲେ । ପ୍ରଭାତ ର ଶିକ୍ଷକ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଥିବା କଥା ଶିକ୍ଷକ ଚିନ୍ତାମଣି ମିଶ୍ର ପ୍ରକାଶ କରିଥିଲେ । ଶରତ କୁମାର ଆଚାର୍ଯ୍ୟ ନୟାଗଡ଼ ନାଟ୍ୟ ଇତିହାସ ରେ ପ୍ରଭାତ ମହାରଣାଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ପ୍ରକାଶ କରିଥିବା ବେଳେ ସାମ୍ବାଦିକ ପ୍ରଦିପ୍ତ ରଥ ଶ୍ରୀଯୁକ୍ତ ମହାରଣାଙ୍କୁ ଶୁଭେଚ୍ଛା ଜଣାଇବା ସହ ନାଟକ ମାଧ୍ୟମରେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *