ପୁରାତନ ସଂସ୍କୃତି ଓ କିମ୍ବଦନ୍ତୀ ର ସ୍ଵାକ୍ଷର : ମା ଖଣ୍ତୁଆଳ ମନ୍ଦିର !!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକରୁ ବାଂକୀ ଆସିବାକୁ ହେଲେ କିଂବା ଖୋର୍ଦ୍ଧାରୁ ହଳଦିଆ ରାସ୍ତାଦେଇ ବାଂକୀ କଟକ ଆସିବାକୁ ହେଲେ…ବାଟୋଇଟିଏ ମାଆଂକୁ ପ୍ରଥମେ ସ୍ମରଣ କରି ନିଜର ଗନ୍ତବ୍ୟପଥର ଶୁଭାରଂଭ କରିଥାଏ । ନିଜର ସନ୍ତାନକୁ ମା ଭିନ୍ନ ଭିନ୍ନ ନାମ ଆଉ ରୂପରେ ଯଥା ବାଂକୀରେ ମା ଚର୍ଚ୍ଚିକା, ସାମନ୍ତରାପୁରର ମା ଖର୍ପରଚଣ୍ତୀ, ଜାତମୁଣ୍ତିଆରେ ଅରାଚଣ୍ତୀ, ଦେବୀଦ୍ବାରରେ କନକଦେବୀ, ଡମପଡାରେ ମା ଖଣ୍ତୁଆଳରେ ଶୁଭ ଦୃଷ୍ଟି ଦେଇଥାନ୍ତି । ଡମପଡାର ଗ୍ରାମର ମା ଖଣ୍ତୁଆଳ ମଂଦିର ବହୁ ପୁରାତନ ସଂସ୍କୃତି ଓ ଲୋକ କିଂବଦନ୍ତିଂକୁ ନେଇ ଗଢି ଉଠିଛି । କାଉଚି ଜଂଗଲ ଘେରାର ଉଇହୁଂକା ମଧ୍ୟରେ ମାଂକ ଅବସ୍ଥାନ ।କୁସୁପଂଗୀ ଏବଂ ଡମପଡାର ମଧ୍ୟ ସଂଯୋଗର ନିକାଂଚନ ପ୍ରାକୃତିକ ଜଂଗଲ ଏବଂ ପୌରାଣିକ ଖ୍ୟାତି ବହନ କରୁଥିବା ପାଣ୍ତବ ଓ ଅନାହତ ଗୁଂଫାର ଅଧକିଲୋମିଟର ଦୂରତାର ପାଦ ଦେଶରେ ମାଂକ ମଂଦିର ।ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ମା ଖଣ୍ତୁଆଳଂକ ଦର୍ଶନ ପାଇଁ ଭକ୍ତଂକ ପାଦପଡି ସ୍ଥାନହୁଏ ମୁଖରିତ ।ମା ମଧ୍ୟ ଭକ୍ତର ମନସ୍କାମନା ପୁରୁଣ କରଂତି ।ବାଘୁଆ ଗ୍ରାମର ଶବର ସଂପ୍ରଦାୟର ଶତାୟୁ ପୁରୁଷ(୧୧୦ବର୍ଷ) ସ୍ବର୍ଗତ ପାଣୁ ନାୟକ ସର୍ବପ୍ରଥମେ ଏକ ସ୍ବପ୍ନାଦେଶ ପାଇ ଉଇହୁଂକା ମୂଳରେ ମାଂକୁ ପୂଜା କରିଥିଲେ ।ପ୍ରତିଦିନ ରାତି ୩ ଟାରୁ ମା ଖଣ୍ତୁଆଳଂକର ପୂଜା ରିତିନିତି ଆରଂଭ ହୋଇଥାଏ ।ଭକ୍ତଂକ ଦାନରାଶୀରେ ଏବେ ମଂଦିରର ସୌଂଦର୍ଯ୍ୟକରଣ ବଢିଛି ।ପାର୍ଶ୍ବ ଦେବଦେବିତାଂକ ଛୋଟବଡ ମଂଦିର ସବୁ ନିର୍ମିତ ହୋଇଛି ।ଦଶହରା,ରଜ ,ମାର୍ଗଶିର ମାସର ଶେଷ ଗୁରୁବାର,ପଣା ସଂକ୍ରାନ୍ତୀରେ ୧୧୦ ହାତର ୧୫ ଧାଡି ଝାମୁଯାତ୍ରାରେ ବହୁତ ଲୋକଂକ ସମାବେଶ ହୋଇଥାଏ ।ଦଶବର୍ଷ ତଳେ ପାଣୁ ନାଏକଂକ ମୃତ୍ୟୁପରେ ତାଂକ ପୁଅ ତାରିଣୀ ନାୟକ କାଳେସୀ ରୂପେ ମଂଦିର ପୂଜାର୍ଚ୍ଚନା କରି ଆସୁଛନ୍ତି।ମଂଦିର ପରିସରରେ ବିଧାୟକ ,ବିଭିନ୍ନ ରାଜନେତା ,ଜନପ୍ରତିନିଧିଂକର ବହୁସମୟ ସଭାସମିତି କରୁଥିଲେବି ..। କେବେ ଶୁଭଦୃଷ୍ଟି ମଂଦିର ଉପରେ ପଡିନାହିଁ ।ସରକାରଂକର ପର୍ଯ୍ୟଟନ କି ସଂସ୍କୃତି ବିଭାଗ ଏହି ମଂଦିର ଉପରେ ଦୃଷ୍ଟି ଦେଇ ଭକ୍ତଂକ ପାଇଁ ଆଶ୍ରୟସ୍ଥଳୀ ,ଶିଶୁ ଉଦ୍ୟାନ ଓ ଉଚ୍ଚ ଆଲୋକମାଳା ଲଗାଇବାର ବଂଦୋବସ୍ତ କରିବାକୁ ସାଧାରଣ ଭକ୍ତଗଣ ବାଂକୀ ପ୍ରଶାସନ ଉପରେ ଦୃଷ୍ଟି ଆକର୍ଶଣ କରିଥିଲେ ମଧ୍ୟ…ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାର ମନେହେଉଛି ।ତାନ୍ତ୍ରିକ ଯୁଗର ଜଡବାଦ ଭିତରେ ଲିପ୍ତ ମନୁଷ୍ୟକୁ ଶତପଥରେ ଆଣିବାକୁ ମା ବିଭିନ୍ନ ରୂପରେ ଭକ୍ତକୁ ଦର୍ଶନ କରାଇ ସଚେତନ କରାଂତି ।ବହୁ ଐତିହାସିକ ଓ ପୌରାଣିକ ଗାଥାକୁ ସ୍ଲରଣ କରାଉଥିବା ଉକ୍ତ ମଂଦିର ପରିସରର ଉନ୍ନତିକରଣ ପାଇଁ ଉଭୟ ସରକାର ଓ ଜନସାଧାରଣଂକର ଦାୟିତ୍ୱ ରହିବା ଦରକାର !

Leave a Reply

Your email address will not be published. Required fields are marked *