ଗଜପତି ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଶୋକସଭା ଆୟୋଜିତ । ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ହୋଇ ଦିବଂଗତ ସାମ୍ବାଦିକ ଅରିନ୍ଦମ ଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ନୀରବ ପ୍ରାର୍ଥନା ସହିତ ମହମବତୀ ଜାଳି ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ସମସ୍ତ ସାମ୍ବାଦିକ । ଆୟୋଜିତ ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢ଼ୀ, ବସନ୍ତ ପଣ୍ଡା, ରାମଗୋବିନ୍ଦ ଆଚାର୍ଯ୍ୟ, ସନ୍ତୋଷ ପଟନାୟକ, ସୁଜିତ ବିଷୋୟୀ, ଦିଲୀପ ଶତପଥୀ, ନାଗେଶ୍ଵର ମହାପାତ୍ର, ଗିରିଧାରୀ ପରିଛା, ପ୍ରଭାତ ପାତ୍ର, ଜିତେନ୍ଦ୍ର ବାରିକ, ସିତାନାଥ ପଣ୍ଡା, ଋଷି, ଲୋକନାଥ ପଣ୍ଡା, ଡମ୍ବୁରୁ ଧର ପଲାଇ, ବାଦଲ ବର୍ଦ୍ଧନ, ବିଜୟ ଗୌଡ଼, ହରିହର ପଟନାୟକ, ସନ୍ତୋଷ ପାଟଯୋଷୀ, ବାଳକୃଷ୍ଣ ପାଣିଗ୍ରାହି, ଶ୍ରୀକାନ୍ତ ମହାରଣା, ସରୋଜ ବୀର, ଆଦର୍ଶ ଦାସ ପ୍ରମୁଖ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ .

Leave a Reply

Your email address will not be published. Required fields are marked *