ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆରେ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା କାର୍ଯ୍ୟକ୍ରମ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ମଲିପଦର, ବାସୁଦେବପୁର, କାନପୁର , ମୁକୁନ୍ଦପୁର, ତଣ୍ଡାଳ ଓ ରଘୁନାଥପୁର ଗ୍ରାମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ . ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର , ୟୁଥ ଫର ଆକ୍ସନ ସଭାପତି ପ୍ରକାଶ ବିଜୁଳି , ସାଂସଦଙ୍କ ପଞ୍ଚାୟତ ପ୍ରତିନିଧି ଶିଶିର କୁମାର ଆଚାର୍ଯ୍ୟଙ୍କ ସମେତ ବହୁ କର୍ମୀ ଯୋଗଦେଇ ଗ୍ରାମ ପରିକ୍ରମା କରି ଲୋକମାନଙ୍କ ସମସ୍ୟା ବୁଝିବା ସହ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଆଲୋଚନା ହୋଇଥିଲା . ପଦଯାତ୍ରା ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।
ବେଗୁନିଆରେ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା କାର୍ଯ୍ୟକ୍ରମ !!!

