ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଭୂମିହୀନ ପ୍ରଜା ସଂଘର ସଭାପତି ରୁଦ୍ରନ୍ତ ଦଳେଇଙ୍କ ସଭାପତିତ୍ୱରେ ବାଜିଚୌକ ସ୍ଥିତ ସିତାରାମ ମଠ ଠାରେ ଭୂମିହୀନ ପ୍ରଜା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧ ହଜାର ଭୂମିହୀନ ପ୍ରଜା ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଭୂମିହୀନ ପ୍ରଜା ସଂଘର ସଭାପତି ରୁଦ୍ରନ୍ତ ଦଳେଇ କିଭଳି ଭାବେ ଭୂମିହୀନ ପ୍ରଜା ମାନଙ୍କୁ ଭୂମି ମିଳି ପାରିବ ସେଥିପାଇଁ ଦାବି ରଖିଥିଲେ ।
ଆଜିର ଏହି ବୈଠକରେ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ ଓ ଶ୍ରମିକ ଉପଦେଷ୍ଟା ସ୍ୱରୂପନନ୍ଦ ଦାସ ଉପସ୍ଥିତ ଥିଲେ । ଯଦି ସରକାର ବା ଜିଲ୍ଲା ପ୍ରଶାସନ ଏଦିଗରେ କିଛି ବିହିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଭୂମିହୀନ ପ୍ରଜାମାନେ ଦଶ ହଜାର ସଂଖ୍ୟାରେ ଭୁବନେଶ୍ୱର ରେ ରାଲି କରି ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।