ବଢୁଛି ହାଇୱେ ଲୁଟେରାଙ୍କ ଦୌରାତ୍ମ୍ୟ : ବନ୍ଧୁକ ଦେଖାଇ ମୋବାଇଲ ବ୍ରେସଲେଟ ଲୁଟିନେଲେ ଦୁର୍ବୁତ୍ତ !!!

0
233

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବନ୍ଧୁକ ଦେଖାଇ ଗାଡ଼ି ଡ୍ରାଇଭର ଏବଂ ସହଯୋଗୀଙ୍କ ନିକଟରୁ ମୋବାଇଲ, ବ୍ରେସଲେଟ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସର ବ୍ରାହ୍ମଣକୁଶଡିହ ଛକ ନିକଟରେ । ସୂଚନା ମୁତାବକ ବ୍ରହ୍ମପୁରରୁ ଭଦ୍ରକ ଅଭିମୁଖେ ଏକ ଫଳ ବୋଝେଇ ମହିନ୍ଦ୍ରା ମିନି ଟ୍ରକ ଯାଉଥିବା ବେଳେ ବାଣପୁର-ବାଲୁଗାଁ ବାଇପାସ ବ୍ରାହ୍ମଣକୁଶଡିହ ଛକ ନିକଟରେ ଗାଡିଟି ଖରାପ ହୋଇ ଯାଇଥିଲା । ତେବେ ଖରାପ ହେବାର ଦଶ ମିନିଟ ମଧ୍ୟରେ ଉକ୍ତ ଗାଡିକୁ ପୂର୍ବରୁ ପିଛା କରୁଥିବା ଏକ ନମ୍ବର ବିହୀନ ହଳଦିଆ ରଙ୍ଗର ଟାଟା ଏସି ଗାଡ଼ିରେ ୮ ଜଣ ଦୁର୍ବୁତ୍ତ ଆସି ଫଳ ବୋଝେଇ ଗାଡ଼ି ଚାଳକ ଅରକ୍ଷିତ ସାହୁ ଏବଂ ସହଯୋଗୀ ମାନସ ରାଉତଙ୍କୁ ବନ୍ଧୁକ ଦେଖାଇବା ସହ ଛୁରାରେ ଆକ୍ରମଣ ମଧ୍ୟ କରିଥିଲେ ଯାହାଦ୍ୱାରା ଗାଡ଼ି ଚାଳକ ଆହତ ହୋଇଥିଲେ । ତେବେ ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କ ଠାରୁ ଦୁର୍ବୁତ୍ତମାନେ ଦୁଇ ଗୋଟି ମୋବାଇଲ, ଗୋଟେ ରୁପା ବ୍ରେସଲେଟ ଏବଂ ଦୁଇ ହଜାର ଟଙ୍କା ଲୁଟିନେଇ ଫେରାର ହୋଇ ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ଟିମ ଏସପିଓ ବିଜୟ ବଳିୟାରସିଂହ ପହଁଚି ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଥାନାରେ ଏ ନେଇ ସୂଚନା ଦେଇଛନ୍ତି । ଦୁର୍ବୁତ୍ତ ମାନେ ହକି ଷ୍ଟିକ , ପଥର , ଭୁଜାଲି ଆଦି ଗାଡ଼ିରେ ରଖିଥିବାର ଅରକ୍ଷିତ କହିଛନ୍ତି । ତେବେ ପାଟ୍ରୋଲିଙ୍ଗ ଟିମ ଦୁର୍ବୁତ୍ତ ମାନଙ୍କ ପିଛା କରିଥିଲେ ସୁଦ୍ଧା ସେମାନ ଫେରାର ହୋଇ ଯାଇଥିଲେ .

LEAVE A REPLY

Please enter your comment!
Please enter your name here