ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜ ପରିବାରର ପ୍ରତିପୋଷଣ ଓ କିଛି ଅର୍ଥ ଉପାର୍ଜନ ପାଇଁ ଲୋକେ ଦାଦନ ଯାଇଥାନ୍ତି । ହେଲେ ଏମାନେ ଦାଦନ ଯିବା ପାଇଁ ଧରିଥାନ୍ତି ଜଣେ ଜଣେ ଠିକାଦାରଙ୍କୁ , କାରଣ ଠିକାଦାର ହିଁ ସେମାନଙ୍କ ପରିବାର କୁ ଭରସା ଦେଇଥାଏ ଯାହାକୁ କେନ୍ଦ୍ର କରି ପରିବାର ର ଲୋକେ ନିଜ ଲୋକଙ୍କୁ ଦାଦନ ପାଇଁ ଛାଡିଥାନ୍ତି . ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଭବାନିପୁର ପଞ୍ଚାୟତର ବାଲେଡି ନାରଣ ପୁର ୧୧ ନଂ ୱାର୍ଡ ରେ ଜୟ ନାୟକ ତାମିଲନାଡୁ ଯାଇଥିଲେ ଏକ ମାସ ପୂର୍ବରୁ କାମ କରିବା ପାଇଁ । କାମ କରି ଘରକୁ ଦୁଇ ପଇସା ଦେଲେ ଘର ଚଳିବ । ପଇସା ଦେବା ତ ଦୁରର କଥା କିନ୍ତୁ ସେଠାରେ ତାଙ୍କର ହଠାତ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ମିଳିଲା ଖବର । ତାଙ୍କ ସ୍ତ୍ରୀ ତୁଳସୀ ନାୟକଙ୍କ ବୟାନ ଅନୁଯାୟୀ ନିଜ ପରିବାର ଚଳିବ ପାଇଁ ନିଜର ସ୍ୱାମୀଙ୍କୁ ଅରାଙ୍ଗ ଗ୍ରାମର ହଜୁ ନାମକ ଠିକାଦାର ସହିତ ଦାଦନ ଖଟିବା ପାଇଁ ପଠାଇଥିଲେ । ତେବେ ହଠାତ ସ୍ୱାମୀଙ୍କର ମୃତ୍ୟୁ ଖବର ଶୁଣି ପରିବାର ଉପରେ ପଡିଯାଇଛି ଚଡକ । ବର୍ତ୍ତମାନ ସେ ଦୁଇ କୁନି କୁନି ଛୁଆଙ୍କୁ ନେଇ ନିରୁପାୟ ହୋଇ ନିକଟସ୍ଥ ବାଣପୁର ଥାନା ରେ ଜଣାଇଛନ୍ତି । ଅପର ପକ୍ଷରେ ଲେବର ଶ୍ରମିକ ଅଫିସକୁ ଯାଇ ଘଟଣା ବିଷୟରେ ଜଣାଇଛନ୍ତି । କେମିତି ଉଚିତ ନ୍ୟାୟ ମିଳିବ ତାହା ଅପେକ୍ଷାରେ ତୁଳସୀ ନାୟକ । ତାମିଲନାଡୁରୁ ସ୍ୱାମୀଙ୍କର ମୃତ ଦେହ ଆଣିବା ପାଇଁ ପରିବାରଙ୍କୁ ଟଙ୍କା ମାଗୁଛନ୍ତି ଠିକାଦାର । ସେ ନିହାତି ଗରିବ ଶ୍ରେଣୀର ହେଇଥିବା ଯୋଗୁ ଟଙ୍କା କୋଉଠୁ ଆଣିବେ କହିବାରୁ ତାଙ୍କୁ ଭିନ୍ନ ପ୍ରକାରର କଥା କହୁଛନ୍ତି ଠିକାଦାର । ସୁଦୂର ତାମିଲନାଡୁରେ ସ୍ୱାମୀଙ୍କର ଶବ , ଆମ୍ବୁଲାନ୍ସ ସାହାଯ୍ୟରେ ମୃତ ଶରୀର ଆଣିବା ପାଇଁ 40,000 ଟଙ୍କା ଦାବି କରିଛନ୍ତି ଠିକାଦାର । ଏପରି ସ୍ଥିତି ରେ କେବଳ ପ୍ରଶାସନ ହିଁ ସାହା ଭରସା .
କାଳ ହେଲା ଦାଦନ ଖଟିବା , ଓଡିଶା ବାହାରକୁ ଯାଇ ଶ୍ରମିକ ମୃତ ।

