ଟିକାକରଣ କେନ୍ଦ୍ର ବିଭ୍ରାଟ ଘଟଣାରେ ଭିନ୍ନ ମୋଡ : ଗିରଫ ହେଲେ ସାମ୍ବାଦିକ !!

Spread the love

ଫେରାର ଥିବା ଅପରପକ୍ଷ ବ୍ୟକ୍ତି ଙ୍କୁ ଖୋଜୁଛି ବାଣପୁର ପୋଲିସ

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ଟୀକାକେନ୍ଦ୍ରରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଘଟଣାରେ ଆସିଛି ଭିନ୍ନ ମୋଡ . ଘଟଣା ଦିନ ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ପାଲଟା ଅଭିଯୋଗ ହୋଇଥିବା ସ୍ଥଳେ ଆଜି ତାଙ୍କୁ ଗିରଫ କରିଛି ବାଣପୁର ପୁଲିସ । ଅନ୍ୟ ପକ୍ଷରେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି । ଟୀକା କେନ୍ଦ୍ରରେ ଅବ୍ୟବସ୍ଥା ସମ୍ପର୍କରେ ସାମ୍ବାଦିକ ଜଣକ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଚାରିବା ପରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷି ହେବା ସହିତ ବାଣପୁର ଥାନାରେ ଦୁଇଟି ପୃଥକ ଏତଲା ଦାଖଲ ହୋଇଥିଲା । ଗାଳି ଓ ଆକ୍ରମଣର ଶୀକାର ହୋଇଥିବା ନେଇ ଗଣମାଧ୍ୟମ ପ୍ରତିନିଧି ଥାନାରେ ଅଭିଯୋଗ କରିବା ପରେ , ଟୀକାକେନ୍ଦ୍ରରେ ୫୦ ଟଙ୍କା ବଟି ମାଗିବା ଏବଂ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅପରପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ଉଭୟ ପକ୍ଷର ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଆଜି ସାମ୍ବାଦିକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ । ସେହିପରି ଭାବେ ସାମ୍ବାଦିକ ଦେଇଥିବା ଏତଲାର ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇ ଯାଇଥିବା ବେଳେ ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ବାଣପୁର ଥାନାଧିକାରୀ ରଶ୍ମି ରଞ୍ଜନ ସାହୁ ସୂଚନା ଦେଇଛନ୍ତି । ତେବେ ଟୀକାକେନ୍ଦ୍ରରେ ଚାଲିଥିବା ଅନିୟମିତତାକୁ ସାମ୍ବାଦିକ ବିରୋଧ କରିଥିବାରୁ ଆକ୍ରୋଶମୂଳକ ଭାବେ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଦିଆଯାଇଥିବାର ସେ ଅଭିଯୋଗ କରୁଥିବା ବେଳେ ପ୍ରଶାସନର ଟାଳ ଟୁଳ ନୀତି ସମଗ୍ର ଅଞ୍ଚଳରେ ବିଭ୍ରାନ୍ତି ସୃଷ୍ଟି କରିଛି । ତେଣୁ ପ୍ରକୃତ ଘଟଣା ଯାଞ୍ଚ କରାଯାଇ ଅଭିଯୁକ୍ତ ପ୍ରତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *