ମୋରାମୋରୀ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ ।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ମୋରାମୋରୀ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଜେପିର ବରିଷ୍ଠ ସଦସ୍ୟ ବସନ୍ତ ମାଳିଙ୍କ ତତ୍ୱାବଧାନରେ ହୋଇଥିଲା । ଏଥିରେ ଗ୍ରାମ୍ୟ କମିଟିର ସଭାପତି ସୁବଳ ଦଳେଇ, ସୁକାନ୍ତ ନାୟକ, ଅଭିଜିତ ବିଶ୍ୱାଳ ,ସନାତନ ସେଠୀ , ପ୍ରଫୁଲ ନାୟକ, ଜଗ ନାୟକ, ଦେବରାଜ ପ୍ରଧାନ, ଵୈରାଗି ସାହୁ, ପଡିଆ ସାହୁ, ଭାସ୍କର ମହାରଣା, ଅରକ୍ଷିତ ନାୟକଙ୍କ ସମେତ ବହୁ ବିଜେପି ର ସଦସ୍ୟ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୋରମୋରୀ ମଝିସାହିରୁ ଆରମ୍ଭ କରି ସ୍କୁଲ ଏବଂ ନୂତନ ପଞ୍ଚାୟତ ଘର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନା ସହିତ ଛୋଟ ଛୋଟ ଗଛ ଏବଂ ଘାସକୁ କାଟି ରାସ୍ତା ସଫା କରାଯାଇଥିଲା । ଗାଁ ପରିବେଶ ସଫା ରହିଲେ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ସମସ୍ତ ସଦସ୍ୟ ମନେ ମତ ପ୍ରକାଶ କରିଥିଲେ । ପାଞ୍ଚ ଟି ଅଙ୍ଗନବାଡି କେନ୍ଦ୍ରକୁ ବର୍ଷକୁ ପଚାଶ ହଜାର ଟଙ୍କା ଗାଁ ପରିମଳ ସଫେଇ କାର୍ଯ୍ୟକ୍ରମ ପାଇଁ ଆସୁଥିଲେ ମଧ୍ୟ କୌଣସି କାମ ନ ହେବାରୁ ଏହି ଗ୍ରାମର କିଛି ବିଜେପି କର୍ମୀମାନେ ମିଶି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି .

Leave a Reply

Your email address will not be published. Required fields are marked *