ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଜେପି ତାଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବରେ ପାଳନ କରି ଆସୁଅଛି ଏବଂ ଏକ ସପ୍ତାହ ଧରି ସାରା ଦେଶରେ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଆୟୋଜନ କରୁଅଛି । ତେବେ ଗୁଜୁରାଟର ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଠାରୁ ଆଜି ପର୍ଯ୍ୟନ୍ତ ଜନସେବାରେ ମୋଦିଙ୍କ ଦୁଇ ଦଶନ୍ଧି ପୁରା ହୋଇଥିବାରୁ ଚଳିତ ବର୍ଷ ତାଙ୍କ ଜନ୍ମଦିବସ ଉପଲକ୍ଷେ ଉକ୍ତ ସେବା ଦିବସକୁ ୨୦ ଦିନକୁ ବୃଦ୍ଧି କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ଯୁବା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସେବା ସମର୍ପଣ ଅଭିଯାନ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗମ୍ଭାରିମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ଜନତା ଯୁବା ମୋର୍ଚ୍ଚା, ସିଦ୍ଧେଶ୍ଵରୀ ମଣ୍ଡଳ ଆୟୋଜନ କରିଥିଲା । କାର୍ଯ୍ୟକ୍ରମକୁ ଚିଲିକାର ପୂର୍ବତନ ବିଧାୟକ ଡ଼ା ବିଭୂତି ଭୂଷଣ ହରିଚନ୍ଦନ ଉଦଘାଟନ କରିଥିବା ବେଳେ ସମ୍ମାନୀତା ଅତିଥି ରୂପେ ଡା.ସୁରେନ୍ଦ୍ରନାଥ ଦାସ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ସମାଜସେବୀ ଅନନ୍ତ କୁମାର ସେଠୀ ଆଦି ଉପସ୍ଥିତ ଥିଲେ । ଶିବିରରେ ସ୍ଥାନୀୟ ଅଞ୍ଚଳର ମୋଟ ୬୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ‘ ଦି ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏବଂ ଏମକେସିଜି ମେଡିକାଲ କଲେଜ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିବା ବେଳେ କାର୍ଯ୍ୟକ୍ରମକୁ ଯୁବା ମୋର୍ଚ୍ଚା ସଭାପତି ଦୀପ୍ତି ରଞ୍ଜନ ଦାସ, ଓଁକାର ପରିଡ଼ା, ଲଳିତ ପ୍ରଧାନ, ସଞ୍ଜୟ ପଲାଇ, ତପନ ପ୍ରଧାନ, ବିକାଶ ପରିଡ଼ା, ଆଲୋକ ସାହୁ, ସ୍ମୃତିଜିତ ଶତପଥୀ, ସାଗର ପ୍ରଧାନ, ବିଶ୍ଵତମୟ ପ୍ରଧାନ ଏବଂ ସତ୍ୟଜିତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ଗମ୍ଭାରୀମୁଣ୍ଡା ଠାରେ ଯୁବାମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର !!!

