ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ବ୍ଲକ ତୁମ୍ଭା ଅଣ୍ଡେଇସାହି ପଞ୍ଚାୟତ ସରସ୍ୱତୀ ହାଟ ଠାରେ ବିଜେପି ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଏକ କାର୍ଯ୍ୟାଳୟ ଉଦଘାଟନ କରାଯିବା ସହିତ ଅନ୍ୟ ଦଳରୁ ପଚାଶରୁ ଉର୍ଦ୍ଧ ଲୋକ ବିଜେପି ଦଳରେ ସାମିଲ ହୋଇଥିଲେ । ଜଗତସିଂହପୁର ଜ଼ିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଯୋଗ ଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି, ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ସଙ୍ଘ କାର୍ଯ୍ୟ ବାହକ ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜ଼ିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ଙ୍କ କାର୍ଯ୍ୟ କଳାପରେ ଅନୁପ୍ରାଣିତ ହୋଇ ତୁମ୍ଭା ଅଣ୍ଡେଇ ସାହି ପଞ୍ଚାୟତର ବହୁ ଲୋକ ବିଜେପି ରେ ମିଶିଥିଲେ । କାର୍ଯ୍ୟକ୍ରମ କୁ ସଂଜୀବ ରାୟ, କୁତ୍ତାମ କିଶୋର ,ସର୍ଜନ ସିଂ, ଜୋନ ଉପ ସଭାପତି ମନୋଜ କୁମାର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିବା ବେଳେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । ଜିଲ୍ଲା ଅଧିବ୍ୟକ୍ତା କମିଟି ର ସଭାପତି ସୁବାଷ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ ।
ବିଜେପି ର କାର୍ଯ୍ୟାଳୟ ଉଦଘାଟନ ଓ ମିଶ୍ରଣ ପର୍ବ !!!

