ତେଲ ବୋଝେଇ ପିକ୍ ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ତେଲ ବୋଝେଇ ପିକ୍ ଅପ୍ ଭ୍ୟାନ . ଜାତୀୟ ରାଜପଥରେ ଏକ ତେଲ ବୋଝେଇ ପିକ ଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ଗୁରୁତର ଭାବେ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛଥିବା ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ଥାନା ଅନ୍ତର୍ଗତ ସରନଈ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ହସ୍ତଗତ ତଥ୍ୟ ମୁତାବକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ ଏକ ଘରୋଇ ରିଫାଇନ ତେଲ କମ୍ପାନୀରୁ ପାଖାପାଖି ୧୭୦ ଟିଣ ତେଲ ନେଇ ଏକ ପିକ ଅପ ଭ୍ୟାନ ଟାଙ୍ଗି-ଚାନ୍ଦପୁର ଅଞ୍ଚଳକୁ ବାହାରିଥିଲା । ତେବେ ସରନଈ ଓଭରବ୍ରିଜ ନିକଟରେ ଭ୍ୟାନଟିର ଡାହାଣ ଚକା ଟି ଫାଟି ଯିବାରୁ ଭ୍ୟାନଟି ପଲଟିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବହୁ ପରିମାଣର ତେଲ ନଷ୍ଟ ହୋଇଯାଇଛି। ତେବେ ଭ୍ୟାନ ଚାଳକ ଗୌର ପ୍ରଧାନ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ବିକ୍ରମ ମିଶ୍ରଙ୍କୁ ହାଇୱେ ପେଟ୍ରୋଲିଙ୍ଗ ପୋଲିସ ପହଞ୍ଚି ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣା ସ୍ଥଳରେ ପହଞ୍ଚି ବାଣପୁର ପୋଲିସ ତଦନ୍ତ ଜାରିରଖିଛି ।

Leave a Reply

Your email address will not be published. Required fields are marked *