ଘରେ ପଶି ଲାପଟପ ଚୋରି : ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ପୋଲିସ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଘରେ ପଶି ଲାପଟପ ଚୋରି କରି ନେଇଥିଲା ଚୋର । ଚୋରକୁ କାବୁ କରି ଗିରଫ କଲା ପୋଲିସ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ । ସୂଚନା ମୁତାବକ ଚିଲିକା ରୋଡ଼ସ୍ଥିତ ବିକ୍ରମ ଗଜେନ୍ଦ୍ରଙ୍କ ଘରୁ ଗତକାଲି ସଂନ୍ଧ୍ୟାରେ କେହି ଜଣେ ଦୁର୍ବୁତ୍ତ ଏକ ଲାପଟପ ଚୋରି କରି ନେଇ ଯାଇଥିଲା । ଏ ନେଇ ବିକ୍ରମଙ୍କ ପୁତ୍ର ବିଶ୍ୱଜିତ ଗଜେନ୍ଦ୍ର ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ କେସ ନମ୍ବର ୧୮୩ / ୨୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଆଜି ବାଣପୁର ଅଞ୍ଚଳରୁ ଉକ୍ତ ଲାପଟପ ଚୋରକୁ ଗିରଫ କରିବା ସହ ଚୋରି ହୋଇଥିବା ଲାପଟପକୁ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଅଞ୍ଚଳର ନୌସଦ ମିର୍ଜା । ତେବେ ନୌସଦଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବାର ସୂଚନା ଦେଇଛି ପୁଲିସ ।

Leave a Reply

Your email address will not be published. Required fields are marked *