ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୯୭୧ ମସିହା ଯୁଦ୍ଧରେ ଭାରତର ବିଜୟକୁ ଜନ ମାନସରେ ସ୍ମରଣୀୟ ରଖିବାକୁ ବାଣପୁର ରେ ପହଞ୍ଚିଲା ସ୍ୱର୍ଣ୍ଣିମ ବିଜୟ ମଶାଲ । ୧୯୭୧ ମସିହା ଭାରତ ଓ ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟ ହେଉଛି ହେଉଛି ଏକ ସ୍ୱର୍ଣ୍ଣିମ ଇତିହାସ । ଯେଉଁ ଯୁଦ୍ଧ ଦ୍ୱାରା ବାଂଲାଦେଶ ପାଇଥିଲା ନୂତନ ଜୀବନ । ୧୯୭୧ମସିହା ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ସମାପ୍ତ ହୋଇଥିଲା ଯୁଦ୍ଧ , ଚୁରମାର ହୋଇ ଯାଇଥିଲା ପାକିସ୍ତାନର ଗର୍ବ ଓ ଅହଂକାର । ଯୁଦ୍ଧର ଇତିହାସକୁ ଭାରତ ବାସୀଙ୍କ ମନରେ ଉଜୀବିତ ରଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୬ ୨୦୨୦ ମସିହାରେ ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲ ହଲ ଠାରେ ବିଜୟ ମଶାଲ ରେ ପ୍ରଥମେ ଅଗ୍ନି ସଂଯୋଗ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଯାହାକି ଭାରତର କୋଣ ଅନୁକୋଣରେ ଭାରତ ବିଜୟର ଗାଥା ଲୋକ ମାନଙ୍କ ମନରେ ଉଜୀବିତ କରିବା ସହ ଭାରତବାସୀ ଗର୍ବ ଅନୁଭବ କରିବେ । ମଶାଲ ଶୋଭାଯାତ୍ରା ୨୦୨୧ ମସିହା ଡିସେମ୍ବର 16 ତାରିଖରେ ଶେଷ ହେବାକୁ ଥିବାବେଳେ , ଆଜି ଚିଲିକା ଠାରେ ଥିବା ଭାରତୀୟ ନୌସେନାର ଚିଫ ମେଡିକାଲ ଅଫିସର ସ୍ମିତା ନାୟକ ଙ୍କ ନେତୃତ୍ୱରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ପହଞ୍ଚିଥିଲା ସ୍ୱର୍ଣ୍ଣିମ ବିଜୟ ମଶାଲ। ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ ଅଧ୍ୟାପିକା ଙ୍କ ସହ ଏନସିସି ର ଛାତ୍ର ଛାତ୍ରୀ ମାନେ ମଶାଲ କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଗ୍ରହଣ କରିବା ସହ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । ସଭାରେ କମାଣ୍ଡର ସ୍ମିତା ନାୟକ ୧୯୭୧ ମସିହା ଯୁଦ୍ଧର ବିଜୟ ଗାଥାକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଆଗରେ ସହିଦ ହୋଇଥିବା ବୀର ଜବାନ ମାନଙ୍କର ବଳିଦାନକୁ ମନେ ପକାଇଥିଲେ ଏବଂ ଏହି ବିଜୟ ମଶାଲ ବାଣପୁରର ଆଦିବାସୀ ବହୁଳ ଅଞ୍ଚଳ ନୀଳାଦ୍ରି ପ୍ରସାଦକୁ ଯାତ୍ରା କରିବା ସହ ପରେ ଓଡ଼ିଶାର ରାଜଭବନ ଯିବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।
ବାଣପୁର ରେ ପହଞ୍ଚିଲା ୧୯୭୧ ମସିହା ଯୁଦ୍ଧ ସ୍ମାରକୀ ର ସ୍ୱର୍ଣ୍ଣିମ ବିଜୟ ମଶାଲ !!!

