ବାଣପୁରର ଯୁବ ଭଲିବଲ୍ ଖେଳାଳି ଆଶିଷ ସ୍ଵାଇଁଙ୍କୁ ସମ୍ମାନୀତ କଲେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୪ ତମ ଏସୀୟ ପୁରୁଷ ଅଣ୍ଡର – ୧୮ ଭଲିବଲ୍ ଚାମ୍ପିଅନସିପରେ ଦେଶ ପାଇଁ ଖେଳିଥିବା ଯୁବ ଖେଳାଳି ଆଶିଷ ସ୍ଵାଇଁଙ୍କୁ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମାନୀତ କରିଛନ୍ତି । ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ର ସଦସ୍ୟ ରହି ବ୍ରୋଞ୍ଜ ପଦକ ଜିତି ଥିବାରୁ ଆଶିଷ ଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବନମାଳି ବେହେରା ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି । ତାଙ୍କର ଆଗାମୀ ଶିକ୍ଷା ନିଶୁଳ୍କ କରିବା ପାଇଂ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ସମଗ୍ର ବାଣପୁର ଅଞ୍ଚଳ ଓ ଗୋଦାବରୀଶ ମହାବିଦ୍ୟାଳୟ ପାଇଁ ଗର୍ବ ଗୌରବ ଓ ପ୍ରେରଣାପ୍ରଦ ବିଷୟ ବୋଲି ଅଧ୍ୟକ୍ଷ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଡକ୍ଟର୍ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଡକ୍ଟର ପ୍ରାଶାନ୍ତ କୁମାର ପ୍ରଧାନ, ଗୋଲକ ବିହାରୀ ବେହେରା ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଉପସ୍ଥିତ ଥିଲେ । ଏହି ଚମ୍ପିୟାନସିପରେ ଆଶିଷ ବେଶ ଭଲ ପ୍ରଦର୍ଶନ କରିଥିଲେ । ଭାରତ ଦୀର୍ଘ ୧୪ ବର୍ଷ ପରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର – ୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଆଶିଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର । ତାଙ୍କର ବାପା ଜଣେ ଅଟୋ ରିକ୍ସା ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି ।

Leave a Reply

Your email address will not be published. Required fields are marked *