ସୁଧହାର ବଢ଼ାଇବା ପ୍ରତିବାଦରେ ବାଲୁଗାଁ ଏଲଆଇସି ବ୍ରାଞ୍ଚର ଏଜେଣ୍ଟ ମାନଙ୍କ ଆନ୍ଦୋଳନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ଭାରତ ରେ ଏଲଆଇସି ଜିଏସଟି ବୃଦ୍ଧି ବିରୋଧରେ ଓ ଜମାକାରୀଙ୍କ ସୁଧାହାର ବଢ଼ାଇବା ପ୍ରତିବାଦ ଆଉ କିଛି କାମକୁ ନେଇ ସରକାରଙ୍କ ବିରୋଧ ରେ ଏଲଆଇସି କର୍ମଚାରୀ ଆନ୍ଦୋଳନ କୁ ଓ଼ଲ୍ଳେଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଏଲଆଇସି ସମସ୍ତ ଏଜେଣ୍ଟ ଆନ୍ଦୋଳନ କରିଛନ୍ତି । ଚାରୋଟି ୟୁନିଅନ ମିଳିତ ଆନୁକୂଲ୍ୟରେ ଟିମ ଗଠନ କରାଯାଇଛି ! ଅଲ ଇଣ୍ଡିଆ ରେ ପଲିସ ଏଜେଣ୍ଟ କୁ ନେଇ ୬୬ ବର୍ଷ ହେବ ଏଲଆଇସି କୁ ଗଢି ଆସିଛନ୍ତି କର୍ମଚାରୀ । ସେମାନଙ୍କ ନ୍ୟାଯ୍ୟ ଦାବିକୁ ଅବହେଳିତ କରାଯାଉଛି , ଯାହା ଫଳରେ ନାହିଁ ନଥିବା ଅସୁବିଧା ହେଉଛି । ସରକାର ସେଥିରେ ଜିଏସଟି ଲଗାଇ ଫାଇଦା ଉଠାଉଛନ୍ତି , ଯାହା ଫଳରେ ଏଜେଣ୍ଟ ମାନେ ସଠିକ ଭାବେ ତାଙ୍କର ପଲିସ କରିପାରୁ ନାହାନ୍ତି । ପ୍ରତେକ ଅଫିସରେ ଏଜେଣ୍ଟ ମାନଙ୍କୁ ସୁବିଧା ସୁଯୋଗ ନ ମିଳିବା ହେତୁ ବୋନସ କମିଯାଉଛି ସେଥିପାଇଁ ହଇରାଣ ହେବାକୁ ପଡୁଛି ! ଯଦି ସରକାର ତାଙ୍କ ଜିଏସଟି କୁ ପ୍ରତ୍ୟାହାର ଦାବିକୁ ଅଣଦେଖା କରନ୍ତି ତା ହେଲେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ବରିଷ୍ଠ ଏଜେଣ୍ଟ ଅଫିସର ।

Leave a Reply

Your email address will not be published. Required fields are marked *